ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣାରେ ତୁନିଶାଙ୍କ ମା’ ଘଟଣାର ମୁଖ୍ୟ ଅଭିଯୁକ୍ତ ସେଜାନ ଖାନଙ୍କ ନାମରେ ଆଣିଛନ୍ତି ଗୁରୁତର ଅଭିଯେୋଗ। ସେଜାନ ଡ୍ରଗ୍ସ ନେଉଥିବା ଅଭିଯେୋଗ କରିଛନ୍ତି ତୁନିଶାଙ୍କ ମା।
ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ତୁନିଶାଙ୍କ ମା ବନିତା ଶର୍ମା କହିଛନ୍ତି କି, ସେଜାନ ଡ୍ରଗ୍ସ ନିଅନ୍ତି। ତେବେ ସେ ସ୍ପଷ୍ଟ କରି ପାରି ନାହାନ୍ତି କି, କେବେଠାରୁ ସେ ନେଉଛନ୍ତି ଡ୍ରଗ୍ସ। ପୂର୍ବରୁ ବନିତା ଅଭିଯୋଗ ଆଣିଥିଲେ କି, ସେଜାନଙ୍କର ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଥିଲା। ତେବେ ବିନିତାଙ୍କ ଡ୍ରଗ୍ସ ଅଭିଯୋଗ ପରେ ପୁଲିସ ଏହି ଦିଗକୁ ନେଇ ଜେରା କରିବ ବୋଲି କହିଛି।
ଏହି ଆତ୍ମହତ୍ୟା ମାମଲାରେ ୱାଲିଭ ପୁଲିସ ତୁନିଶାଙ୍କ ମା ଓ ଦାଦା ପୱନ ଶର୍ମା ଓ ତାଙ୍କ ଡ୍ରାଇଭରଙ୍କୁ ସେମାନଙ୍କ ବୟାନ ରେକର୍ଡ କରିବାକୁ ଥାନାକୁ ଆସିବାକୁ ସମନ କରିଛି। ୨୪ ଡିସେମ୍ବରରେ ତୁନିଶା ଅଲିବାବା- ଦାସସ୍ତାନେ କବୁଲର ସୁଟିଂ ସେଟ ବାଥରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ବନିତା ଅଭିଯୋଗ ଆଣିଥିଲେ କି, ସେଜାନ ତାଙ୍କ ଝିଅଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ ।
ତଦନ୍ତକୁ ନେଇ ୱାଲିଭ ପୁଲିସ ଷ୍ଟେସନ ପକ୍ଷରୁ କୁହାଯାଇଛି କି, ଏହା ଏକ ସାଂଘାତିକ ଓ ହାଇ ପ୍ରୋଫାଇଲ ମାମଲା। ଏହାର ଟିକନିକ ତଦନ୍ତ କରିବାର ଆବଶ୍ୟକତା ରହିଛି। କିନ୍ତୁ ସେଜାନ ଜେରା କାଳରେ ନାହିଁ ସଠିକ ଉତ୍ତର ଦେଉଛନ୍ତି ନାହିଁ ତଦନ୍ତରେ ସହଯୋଗ କରୁଛନ୍ତି ବୋଲି ତଦନ୍ତକାରୀ ଅଧିକାରୀ ବୁଧବାର କହିଥିଲେ।
ଏହି ମାମଲାରେ ପୁଲିସ ତିନୋଟି ମୋବାଇଲ ଫୋନ ଜବତ କରି ଏହାର ଯାଞ୍ଚ କରୁଛି। ତୁନିଶା ଓ ସେଜାନଙ୍କ ମଧ୍ୟରେ ହୋଇଥିବା ଚ୍ୟାଟକୁ ରିଟ୍ରାଇଭ କରିଛି। ତେବେ ସେଜାନଙ୍କ ଫୋନରେ ସେ ଜଣେ ଅଜ୍ଞାତ ବାନ୍ଧବୀଙ୍କ ସହ ଚ୍ୟାଟ କରିଥିବା ଜଣାପଡିଛି ଓ ଯେଉଁଦିନ ତୁନିଶା ମୃତ୍ୟୁବରଣ କରିଥିଲେ ସେ ସେହି ନମ୍ବରରେ ଦୀର୍ଘ ୨ ଘଣ୍ଟା କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now