ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ପଠାଇ ମାଡ଼ ଖାଇଲେ ଡ୍ରାଇଭର

ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ପଠାଇ ମାଡ଼ ଖାଇଲେ ବସ୍ ଡ୍ରାଇଭର। ମହାରାଷ୍ଟ୍ରରୁ ଆସିଛି ଏଭଳି ଘଟଣା। ଉତ୍ୟକ୍ତ ମହିଳା ସଂପୃକ୍ତ ଡ୍ରାଇଭରକୁ ସର୍ବସମ୍ମୁଖରେ ପିଟିଛନ୍ତି।ଏହାର ଭିଡ଼ିଓ ଭାଇରାଲ ହୋଇଛି। ଟିକଟ ବୁକିଂ ରେକର୍ଡରୁ ନମ୍ୱର ଖୋଜି ସେହି ନମ୍ୱରରେ ଅଶ୍ଳୀଳ ଭିଡ଼ିଓ ପଠାଉଥିଲା। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଘଟଣା। ଘରୋଇ ବସର ଡ୍ରାଇଭର ଜଣକୁ ପାନେ ଦେବାକୁ ମହିଳା ଜଣକ ସ୍ଥିର କରିଥିଲେ। ମହିଳା ଜଣକ କାଙ୍କଭଲି ଓ ମୁମ୍ୱାଇ ଭିତରେ ଦୈନିକ ଯାତ୍ରା କରିଥାଆନ୍ତି। ଏକ ପ୍ରାଇଭେଟ ଟ୍ରାଭେଲ କମ୍ପାନୀରୁ ଟିକଟ ବୁକ୍ କରି କିଛି ମାସ ହେଲା ଯିବାଆସିବା କରୁଥିଲେ। କିନ୍ତୁ ତାଙ୍କ ଫୋନକୁ ମେସେଞ୍ଜରରେ ଅଶ୍ଲୀଳ ଭିଡ଼ିଓ ନିରନ୍ତର ଆସୁଥିବା ଦେଖି ଏହାର ଛାନଭିନ୍ ନିଜେ ଆରମ୍ଭ କରିଥିଲେ ମହିଳା ଜଣକ।ଅଜଣା ନମ୍ୱରରୁ ଏଭଳି ଅଶ୍ଲୀଳ ଭିଡିଓ ଆସୁଥିବା ଦେଖି ସେ ସଂପୃକ୍ତ ନମ୍ୱରକୁ କଲ୍ କରିଥିଲେ। କିନ୍ତୁ କେହି କଲ୍ ଉଠାଇନଥିଲେ। ଆଉ ଉଦେଶ୍ୟମୂଳକ ଭାବେ କେହି ତାଙ୍କୁ ମେସେଜ୍ ଦେଉଛନ୍ତି ଏକଥା ଜାଣିପାରିଥିଲେ। ଗଲା ୧୬ ତାରିଖରେ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ସେ ଟ୍ରାଭେଲ କମ୍ପାନୀର ବୁକିଂ ଅଫିସକୁ ଯାଇଥିଲେ। ସେ ଡ୍ରାଇଭରକୁ ଠାବ କରିବା ସହ ସେ ପଠାଉଥିବା ଅଶ୍ଲୀଳ ଭିଡ଼ିଓକୁ ଦେଖାଇଥିଲେ। ଆଉ ତା ପରେ ଚାପୁଡ଼ା ପରେ ଚାପୁଡ଼ା ନାଦି ଦେଇଥିଲେ ମହିଳା ଜଣକ। ଆଉ ଜଣେ ଏହାର ରେକର୍ଡିଂ କରି କହିଥିଲେ, ମଦ ପିଇ ଏଭଳି ଭିଡ଼ିଓ ପଠଉଛୁ କି। ଡ୍ରାଇଭର ଜଣକ ନିଜର ଭୁଲ୍ ସ୍ୱୀକାର କରିଛି। ତେବେ ଏ ନେଇ ଥାନାରେ କୌଣସି ବିଧିବଦ୍ଧ ଅଭିଯୋଗ ହୋଇନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *