ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ସୋମବାର ଦିନ ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ଦେଇଛନ୍ତି। ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ କି, ଏହି ମାମଲାରେ ଆଗକୁ ସିବିଆଇ ତଦନ୍ତ ଭାର ନେବ।
ସୋନାଲି ହତ୍ୟାର ସିବିଆଇ ଯାଞ୍ଚର ଦାବି ନେଇ ରବିବାର ଦିନ ହିସାରରେ ଖାପ ମହାପଞ୍ଚାୟତ ଆୟୋଜନ ହୋଇଥିଲା। ସିବିଆଇ ଯାଞ୍ଚ ଦାବି ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୋମବାର କହିଥିଲେ କି, ମାମଲା ସିବିଆଇକୁ ଦିଆଯିବ। ସୋନାଲିଙ୍କ ପରିଜନ ଓ ହରିଆଣା ସରକାର ମଧ୍ୟ ସମାନ ଦାବି କରୁଥିଲା।
ହରିଆଣାର ବାସିନ୍ଦା ଅଭିନେତ୍ରୀ ତଥା ରାଜନେତ୍ରୀ ସୋନାଲି ଗତ ମାସରେ ଗୋଆ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରବାର ପକ୍ଷରୁ ଏହା ଏକ ହତ୍ୟା ନେଇ ଅଭିଯୋଗ ହୋଇଥିଲା। ପୁଲିସ ଏହି ମାମଲାରେ ପ୍ରଥମେ ତାଙ୍କ ସହଯୋଗୀ ଓ ସହଯୋଗୀଙ୍କ ବନ୍ଧୁ, ରେଷ୍ଟୁରାଣ୍ଟ ମାଲିକ ଓ ଅନ୍ୟ ବହୁ ଲୋକଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now