ଅଭିନେତ୍ରୀ ସୌନ୍ଦର୍ଯ୍ୟା ମୃତ୍ୟୁ ମିଷ୍ଟ୍ରି- ଅଭିନେତା ମୋହନ ବାବୁ କରିଥିଲେ ଷଡ଼ଯନ୍ତ୍ର!

୨୧ ବର୍ଷ ପରେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ବାସ୍ନା। କନ୍ନଡ଼ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଏବେ ନୂଆ ମୋଡ଼ ନେଇଛି। ୨୧ ବର୍ଷ ପରେ ଅଭିନେତା ମୋହନ ବାବୁଙ୍କ ବିରୁଦ୍ଧରେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ଅଭିଯୋଗ ହୋଇଛି ତେଲେଙ୍ଗାନାର ଖମାମ ଥାନାରେ ମୋହନ ବାବୁଙ୍କ ବିରୁଦ୍ଧରେ ଏତଲା ହୋଇଛି। ସୂର୍ଯ୍ୟବଂଶମ ଫିଲ୍ମରେ ରାଧା ଚରିତ୍ରରେ ଅଭିନୟ କରି ବେଶ୍‌ ଖ୍ୟାତି ସାଉଁଟିଥିବା ସୌନ୍ଦର୍ଯ୍ୟାଙ୍କ ୩୧ ବର୍ଷରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ୨୦୦୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା, ବରଂ ସମ୍ପତ୍ତି ବିବାଦକୁ ନେଇ ଏକ ସୁପରିକଳ୍ପିତ ମର୍ଡର ଥିଲା ବୋଲି ଏବେ ଅଭିଯୋଗ ହୋଇଛି। ତେବେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ମୋହନ ବାବୁ ହିଁ ଦାୟୀ ବୋଲି ଜଣେ ସମାଜସେବୀ ଆରୋପ ଲଦିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେଉ ବୋଲି ଦାବି କରାଯାଇଛି। ଅଭିଯୋଗକାରୀ କହିଛନ୍ତି ଯେ, ମୋହନ ବାବୁ ତାଙ୍କୁ ବି ଧମକାଇଛନ୍ତି। ଅଭିଯୋଗ ଅନୁସାରେ ମୋହନ କୁଆଡ଼େ ସମସାବାଦର ଜଲେପାଲିରେ ଥିବା ୬ ଏକର ପରିମିତ ଗେଷ୍ଟହାଉସକୁ ତାଙ୍କୁ ବିକ୍ରି କରିଦେବାକୁ ସୌନ୍ଦର୍ଯ୍ୟାଙ୍କ ଉପରେ ଚାପ ପକାଉଥିଲେ। କିନ୍ତୁ ସୌନ୍ଦର୍ଯ୍ୟାଙ୍କ ଭାଇ ଅମରନାଥ ମନା କରିଦେଇଥିଲେ। ସୌନ୍ଦର୍ଯ୍ୟା ବି ଜମି ବିକିବାକୁ ଚାହୁଁନଥିଲେ। ମୋହନ ବାବୁ ଏହାକୁ ହଡ଼ପ କରିବାକୁ ମସୁଧା କରୁଥିଲେ। କିଛି ଦିନ ପରେ ଏହି ଜମିକୁ କାରସାଦି କରି ନିଜ କବଜାକୁ ନେଇଯାଇଥିଲେ ମୋହନ ବାବୁ। ଏହି ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ବି ଥିଲେ। ନିଜ ଭାଇ ସହ ବେଙ୍ଗାଲୁରୁରୁ ତେଲେଙ୍ଗାନାର ଏକ ପାର୍ଟିରେ ସାମିଲ୍ ହେବାକୁ ବାହାରିଥିଲେ। ଆଉ ହେଲିକେପ୍ଟର କ୍ରାସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଯଦିଓ ଏହାର କୌଣସି ବିଧିବଦ୍ଧ ପ୍ରମାଣ ମିଳିନି ଏଯାଏ। ଏପ୍ରିଲ ୧୭, ୨୦୦୪ରେ ସୋନ୍ଦର୍ଯ୍ୟା ବିଜେପି ଓ ଟିଡିପିର ନିର୍ବାଚନ ପ୍ରଚାରରେ ବାହାରିଥିଲେ। ତାଙ୍କର ଘରୋଇ ଏୟାରକ୍ରାଫ୍ଟ ଟେକଅଫ୍ ମାତ୍ରେ କ୍ରାସ୍ ହୋଇଯାଇଥିଲା ଏଥିରେ ସୌନ୍ଦର୍ଯ୍ୟାଙ୍କ ସମେତ ତାଙ୍କ ଭାଇ ଅମରନାଥ, ହିନ୍ଦୁ ଜାଗରଣ ସମିତିର ସମ୍ପାଦକ ରମେଶ କଦମ ଓ ପାଇଲଟ୍ ଜୟ ଫିଲିପଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସୌନ୍ଦର୍ଯ୍ୟାଙ୍କ ଶବକୁ ବି କୁଆଡ଼େ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ଏମିତିରେ ମୋହନ ବାବୁଙ୍କ ସହ ସମ୍ପତ୍ତି ବିବାଦ ତାଙ୍କ ପୁଅ ମଞ୍ଚୁ ମନୋଜଙ୍କ ସହ ଜାରି ରହିଛି। ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବାର ଆରୋପ ଆସିବା ପରେ ଏ ମାମଲା ଆଗକୁ କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର। ସୋନ୍ଦର୍ଯ୍ୟାଙ୍କ ପୂର୍ବତନ ବିଜନେସ ପାର୍ଟନର ଥିଲେ ଅଭିଯୋଗ କରିଥିବା ସମାଜସେବୀ। ସାଉଥ୍‌ର ନାମକରା ଅଭିନେତ୍ରୀ ଥିଲେ ସୌନ୍ଦର୍ଯ୍ୟା। କମଲ ହାସନ, ମାମୁଟି, ରଜନୀକାନ୍ତ, ମୋହନଲାଲଙ୍କ ଭଳି ବଡ଼ ଅଭିନେତାଙ୍କ ସହ କାମ କରିଥିଲେ ସୌନ୍ଦର୍ଯ୍ୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *