ଦିଲ୍ଲୀ ସରକାରୀ ସ୍କୁଲରେ ଛୁରାମାଡ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲରେ ସାଧାରଣ ଏକ ଝଗଡା ଏମିତି ଭୟଙ୍କର ରୂପ ନେଲା କି  ଦ୍ବାଦଶ ଶ୍ରେଣୀର ଛାତ୍ର ନିଜ ସାଙ୍ଗକୁ ଛୁରାମାଡ କରି କରିଦେଲା ଲହୁଲୁହାଣ। ଏହି ଘଟଣାରେ ତିନି ଜଣ ଛାତ୍ର ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଛାତ୍ରକୁ ଗରିଫ କରି ନେଇଛି ଓ ଯାଞ୍ଚ ଚଳାଇଛି।

ଜୁଲାଇ ୧୩ ତାରିଖରେ ମାଣ୍ଡନ ଗଢି ଅଞ୍ଚଳର ଏକ ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ସ୍କୁଲର ବ୍ରେକ ସମୟରେ ମୋହିତ ନାମକ ଜଣେ ଛାତ୍ରର ତାର ସାଙ୍ଗମାନଙ୍କ ସହ ସାମାନ୍ୟ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ  ମୋହିତ ତାର ସାଙ୍ଗଙ୍କୁ ଛୁରା ମାଡ କରିଦେଇଥିଲା। ସାଙ୍ଗର ଛାତିରେ ଗଭୀର  ଆଘାତ ଲାଗିଥିଲା। ଏହା ଦେଖି ଅନ୍ୟ ସାଙ୍ଗମାନେ ପରସ୍ପରକୁ ଅଲଗା କରିବାକୁ ଚେଷ୍ଟା କରିବା ବେଳେ ମୋହିତର ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ୩ ଜଣଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କର ଚିକିତ୍ସା ଏମ୍ସରେ ଚାଲିଛି। ପୁଲିସ ଆହତଙ୍କ ବୟାନ ରେକର୍ଡ କରିବା ସହ ଯାଞ୍ଚ ଚଳାଇଛି ଓ ମୋହିତକୁ ଗିରଫ କରିଛି।  

Leave a Reply

Your email address will not be published. Required fields are marked *