ଷ୍ଟାମ୍ପ ଭେଣ୍ଡର ବି ପବ୍ଲିକ ସର୍ଭ୍ୟାଣ୍ଟ। ସେମାନେ ବି କୌଣସି ଦୁର୍ନୀତି କଲେ ଦୁର୍ନୀତି ନିବାରଣ ଆଇନ ଆଧାରରେ ପ୍ରୋସିଡିଂର ଶୀକାର ହେବେ। ଷ୍ଟାମ୍ପ ପେପର ବିକ୍ରିରେ ଦୁର୍ନୀତି ବା ଲାଞ୍ଚ ନେବା ମାମଲାରେ ଏମାନଙ୍କ ବିରୁଦ୍ଧରେ ମାମଲା ହୋଇପାରିବ। ଏଭଳି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ଷ୍ଟାମ୍ପ ଭେଣ୍ଡର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏହି କାମ ପାଇଁ ସରକାରଙ୍କଠୁ ପାଉଣା ବି ପାଆନ୍ତି। ସେଥିଲାଗି ସେମାନେ ବି କୌଣସି ଦୁର୍ନୀତି କରୁଥିଲେ, ସରକାରୀ କର୍ମଚାରୀ ଭଳି ଦଣ୍ଡିତ ହେବେ ବୋଲି କହିଛନ୍ତି ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଆର.ମହାଦେବନଙ୍କ ଖଣ୍ଡପୀଠ।

Naxatra News is now on Whatsapp
Join and get latest news update delivered to you via whatsapp
Join Now