ବଜ୍ରକାପ୍ତା ଡିଲ ବେଳେ ଧରିଲା ଏସଟିଏଫ

Spread the love

ବୌଦ୍ଧ: ଦୁଇ ବଜ୍ରକାପ୍ତା ଶିକାରୀକୁ ଧରିଲା ଏସ ଟି ଏଫ ଟିମ । । ଚଢାଉ ବେଳେ ଦୁଇ ବଜ୍ରକାପ୍ତା ଉଦ୍ଧାର ସହ ଦୁଇ ଶିକାରୀ ଗିରଫ । ଚଢାଉ କରି ଡିଲକୁ ଭଣ୍ଡୁରୁ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଏହି ଅପରାଧିକ ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ବାଇପାସ ରୋଡରେ ।

ସୂଚନା ଅନୁଯାୟୀ , ବୌଦ୍ଧ ଜିଲ୍ଲା ବାଇପାସରେ ବଜ୍ରକାପ୍ତା ମୂଲଚାଲ ବେଳେ ବନ ବିଭାଗ ସହଯୋଗରେ ଚଭାଉ କରିଥିଲା ଏସଟିଏଫ ଟିମ । ଚଢାଉରେ ସେମାନଙ୍କଠାରୁ ଦୁଇ ବଜ୍ରକାପ୍ତା ଉଦ୍ଧାର କରାଯାଇଛି, ଯାହାର ଓଜନ ଯଥାକ୍ରମେ 10 କେଜି ଓ 13  କେଜି ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଥିବା ଦୁଇ ଶିକାରୀକୁ ବି କାବୁ କରିନେଇଛି କ୍ରାଇମବ୍ରାଞ୍ଚ । ଉକ୍ତ ଶିକାରୀ ଦୁଇ ବୌଦ୍ଧ ଜିଲ୍ଲାର ଉତ୍ସବ କଁହର ଓ ପ୍ରଶାନ୍ତ କୁମାର ବେହେରା ବୋଲି ଚିହ୍ନଟ କରିଛି ଟିମ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 ଉଦ୍ଧାର ବଜ୍ରକାପ୍ତା ଦୁଇଟିକୁ ବୌଦ୍ଧ ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ଶିକାରୀ ଦୁଇକୁ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରୁଛି ଏସ ଟି ଏଫ । ତେବେ ଏହି ଡିଲରେ ଅନ୍ୟ କେଉଁମାନେ ଅନ୍ତର୍ଭୁକ୍ତ ଅଛନ୍ତି ତାହାକୁ ନେଇ ଅଧିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *