୨କୋଟିର ବ୍ରାଉନ ସୁଗାର ଜବତ

Spread the love

ଭୁବନେଶ୍ବର: ଏସଟିଏଫ କବଜାରେ ନିଶା ବେପାରୀ।  ଖୋର୍ଦ୍ଧା ଜଟଣୀ ବାଇପାସ ନିକଟରେ ଛାପାମାରି କରୁଥିବା ବେଳେ ୨ କେଜିର ବ୍ରାଉନ ସୁଗାର ସହ ଗିରଫ ହେଲା ଅଭିଯୁକ୍ତ। ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ ନିଶା ବିରୋଧରେ ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଏସଟିଏଫକୁ ମିଳିଛି ସଫଳତା।  ଏସଟିଏଫ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨ କେଜି ବ୍ରାଉନ ସୁଗାର ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨ କୋଟି ହୋଇଥିବା କୁହାଯାଉଛି। 

ଗିରଫ ଅଭିଯୁକ୍ତର ନାମ ରାକେଶ ସାମନ୍ତରାୟ। ତାର ଘର ନୟାଗଡର ଅନ୍ଧାରୁଆ ଅଞ୍ଚଳରେ। ପୂର୍ବରୁ ମଧ୍ୟ ରାକେଶ ନାମରେ ରହିଛି ଅପରାଧିକ ମାମଲା। ଏକ ମର୍ଡର କେସରେ ସେ ସମ୍ପୃକ୍ତ ଥିଲା। ୨୦୧୮ରେ ଖଣ୍ଡଗିରି ପୁଲିସ ତାକୁ ଗିରଫ କରିଥିଲା। ନିକଟରେ ରାକେଶ ଜାମିନରେ ଆସିଥିଲା।

ନିଶା ବିରୋଧରେ ଏସଟିଏଫ ପକ୍ଷରୁ ଜାରି ସ୍ପେଶାଲ ଡ୍ରାଇଭରେ ୨୦୨୦ରୁ ଏପର୍ଯ୍ୟନ୍ତ  ୬୧ କେଜି ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *