ଅପହଞ୍ଚ ଚତୁର ଅମୃତପାଳ ସିଂହ

Spread the love

ଚଣ୍ଡିଗଡ:  ୱାରିସ ପଞ୍ଜାବ ଦେ’ର ପ୍ରମୁଖ ଅମୃତପାଳ ସିଂହ ଫେରାରକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି। ପୁଲିସ ଅମୃତପାଳଙ୍କୁ ଧରିବାକୁ ୬ ରାଜ୍ୟରେ ଚଳାଇଛି ଅପରେସନ ଅମୃତପାଳ। ଏହି କ୍ରମରେ ୨୦୭ସମର୍ଥକଙ୍କ ବିରୋଧରେ ନିଆଯାଇଛି କଠୋର କାର୍ଯ୍ୟାନୁଷ୍ଠାନ, ହେଲେ ଟାର୍ଗେଟ ପାଖରେ ପହଞ୍ଚିବାରେ ବିଫଳ ପୁଲିସ। ସେପଟେ ଅମୃତପାଳ ଏବେ ହରିଆଣାରେ ଥିବା ସନ୍ଦେହ ସହ ଆଗାମୀ ଦିନରେ ଦିଲ୍ଲୀ ଖସିଯିବାକୁ ପ୍ରୟାସ କରିବା ସନ୍ଦେହ କରୁଛି ପୁଲିସ। ତେଣୁ ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି। ସେପଟେ, ଅମୃତପାଳକୁ ନଇ ଆସୁଛି ନୂଆ ନୂଆ ସବୁ ଖବର।

ଖଲିସ୍ଥାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ପ୍ରମୁଖକୁ ଧରିବାରେ ପଞ୍ଜାବ ପୁଲିସ ବିଫଳ। ୱାରିସ ପଞ୍ଜାବ ଦେ ପ୍ରମୁଖ ଅମୃତପାଳ ପୁଲିସ କବଜାରୁ ଖସିଯିବାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ମିଳୁନି କୌଣସି ସଫଳତା। ସେପଟେ ପୁଲିସ ପଞ୍ଜାବ ସମେତ ୬ ରାଜ୍ୟରେ ଚଳାଇଛି ଅପରେସନ ଅମୃତପାଳ। ଏହି ଅପରେସନ ଅନ୍ତର୍ଗତ ୨୦୭ ଅମୃତପାଳ ସମର୍ଥକଙ୍କୁ ଗିରଫ କରାଯାଇସାରିଲାଣି। ହେଲେ ଅମୃତପାଳ ଅନାୟସରେ ଅନ୍ୟ ରାଜ୍ୟକୁ ଖସି ଯିବାରେ ହେଉଛି ସଫଳ। ତାଙ୍କୁ ଶେଷ ଥର ପାଇଁ ହରିଆଣାର କୁରୁକ୍ଷେତ୍ରରେ ଦେଖାଯାଇଥିଲା। ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଏହି ଖଲିସ୍ଥାନୀ ନେତାକୁ ଟ୍ରାକ୍ କରିବାକୁ ଚଳାଇଛି ଅପରେସନ। ପୁଲିସ ପଞ୍ଜାବ ସମେତ ହରିଆଣା, ରାଜସ୍ଥାନ, ୟୁପି, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ପୁଲିସକୁ ଆଲର୍ଟରେ ରଖିଛି। ହରିଆଣାର କୁରୁକ୍ଷେତ୍ର ଅଞ୍ଚଳରେ ଥିବା ବଲଜିତ କୌରଙ୍କ ଘରେ ଅମୃତପାଳ ରହିଥିବା ଜଣାପଡିବା ପରେ ବଲଜିତଙ୍କୁ ପଚରା ଉଚରା ପରେ ଗିରଫ କରାଯାଇଥିଲେ ମଧ୍ୟ ମିଳୁନି ଅମୃତପାଳ। ସେପଟେ ପୁଲିସ ସନ୍ଦେହ କରୁଛି କି ଅମୃତପାଳ ଦିଲ୍ଲୀ ଆଡକୁ ଯାତ୍ରା କରୁଛି। ବସ ବ୍ୟତୀତ ଅନ୍ୟ ଯାନରେ ସେ ଦିଲ୍ଲୀ ସୀମାରେ ପ୍ରବେଶ କରିପାରେ। ତେଣୁ ଦିଲ୍ଲୀ ପୁଲିସ ମଧ୍ୟ ଆଲର୍ଟରେ ରହିଛି।

ତେବେ ଅମୃତପାଳର ବର୍ତ୍ତମାନ ପର୍ଯ୍ୟନ୍ତର ଗତିବିଧି ଉପରେ ଦୃଷ୍ଟି ଦେଲେ ସେ ଜଣେ ବିଚକ୍ଷଣ ବୁଦ୍ଧିର ବ୍ୟକ୍ତି ବିଶେଷ ହୋଇଥିବା ଜଣାପଡୁଛି। ତେଣୁ ସେ ଖସିଯିବା ପରେ ହିଁ ପୁଲିସ ପୂର୍ବ ଠିକଣା ସମ୍ପର୍କରେ ପାଉଛି ସୂଚନା। ଯେମିତି କି,   ଅମୃତପାଳ ୧୮ ତାରିଖରେ ବିଭିନ୍ନ ବେଶ ବଦଳାଇ ଗାଁର ଗଳି ଦେଇ ମାର୍ଚ୍ଚ ୧୯ରେ ହରିଆଣାରେ ପହଞ୍ଚି ଯାଇଥିଲେ। ସେ ଫେରାର ଥିବା ଜାଣି ମଧ୍ୟ ବଲଜିତ ତାଙ୍କ ନିଜ ଘରେ ଆଶ୍ରୟ ଦେଇଥିଲେ।  ପୁଲିସକୁ କୁରୁକ୍ଷେତ୍ରର ଶାହବାଦ କସ୍ବେରୁ ମିଳିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କି, ଅମୃତପାଳ ଏକ କଳା ଛତା ନେଇ ଯାଉଛି। କେଉଁଠି ରିକ୍ସାରେ ବେଶ ବଦଳାଇ ଯାଉଥିଲେ ଅମୃତପାଳ ତ ପୁଣି କେଉଁଠି ବାଇକରେ। କିନ୍ତୁ ବାରମ୍ବାର ନିଜର ରୂପ ବଦଳାଉଥିବାରୁ ପୁଲିସ ଦ୍ବାରା ତାଙ୍କ ଧରିବାକୁ ଜାରି କରାଯାଇଥିବା ଫଟୋ କାମ ଦେଇନି। ପୁଲିସ ମୁତାବକ, ପଞ୍ଜାବରୁ ହରିଆଣା ଯିବା ଭିତରେ ସେ ୪ ଥର ନିଜ ରୂପ ବଦଳାଇଥିଲେ।

ସେପଟେ ଅମୃତପାଳ ନିକଟରେ ରହିଛି ସିଖ ରୁଢିବାଦୀ ସଂଗଠନର ସମର୍ଥନ। ତାଙ୍କର ନିଜର ମଧ୍ୟ ଏକ ରୁଢିବାଦୀ ସଂସ୍କରଣ ରହିଛି। ଏଥିରେ ପ୍ରକୃତ ସିଖ ଧର୍ମ ସହ କୌଣସି ସାମଞ୍ଜସ୍ୟ ନାହିଁ। ହେଲେ ପୁଲିସର ବିଫଳତାକୁ ନେଇ ବିରୋଧୀ ଉଠାଇଲେଣି ପ୍ରଶ୍ନ। ଭଗବନ୍ତ ମାନ ସରକାରକୁ ଘେରିବାରେ ଲାଗିଛନ୍ତି ବିରୋଧୀ। ଅମୃତପାଳକୁ ଛାଡି ନିରୀହ ଲୋକମାନଙ୍କୁ କାହିଁକି ଗିରଫ କରାଯାଉଛି ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ। ଶିରୋମଣୀ ଅକାଳୀ ଦଳ ତ ଏକ ଲିଗାଲ ଟିମ ମଧ୍ୟ ଗଠନ କରିଛି। ସେହିପରି କଂଗ୍ରେସ ବିଧାୟକ ସୁଖପାଳ ସିଂହ ଖେରା ଯୁବକଙ୍କୁ ଗିରଫଦାରୀକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି। ତେବେ ଏହା ଉପରେ ଆଇଜି ସୁଖଚୈନ ଗିଲ କହିଛନ୍ତି କି, ଏହି ଘଟଣାରେ କୌଣସି ନିରୀହଙ୍କ ସହ ଅନ୍ୟାୟ ହେବନାହିଁ। ଖୁବ ଶୀଘ୍ର ୧୭୭ ଯୁବକଙ୍କୁ ଛାଡିଦିଆଯିବ। କାହାରିକୁ ହଇରାଣ କରାଯିବ ନାହିଁ। ତେବେ ଅମୃତ ପାଳଙ୍କ ୩୦ ନିକଟତର ସମର୍ଥକଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇଥିବା ଆଇ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ

ତେବେ ଅମୃତପାଳ ଓ ବିଶ୍ବବ୍ୟାପୀ ବିଭିନ୍ନ ଭାରତୀୟ ଦୂତାବାସରେ ଭାରତୀୟ ପତାକା ଖସାଇଦେବା ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି କବି ତଥା ପୂର୍ବତନ ଆପ ନେତା କୁମାର ବିଶ୍ବାସ। ବିଶ୍ବାସ ଟ୍ବିଟ କରି ସମ୍ପ୍ରତି ଘଟୁଥିବା ଘଟଣା ପାଇଁ ବର୍ଷେ ର୍ପୂବ ଚେତାବନୀ ଦିଆଯାଇଥିଲା, କିନ୍ତୁ ତାହାକୁ  ଗୁରୁତ୍ବଦିଆଯାଇନ ଥିଲା, ଯାହା ଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। 

Leave a Reply

Your email address will not be published. Required fields are marked *