ମା ଆତ୍ମହତ୍ୟା ପରେ ଦୁଇ ଛୁଆ ଅନାଥ

Spread the love

ଯାଜପୁର: ମା ପାଣିକୁ ଡେଇଁ ପଡିଥିବା ବେଳେ ଆଜି ତାଙ୍କ ମୃତଦେହ ହୋଇଛି ଠାବ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ମସୁଦପୁରରେ । ଚାରି ମାସ ପୂର୍ବରୁ ମହିଳାଙ୍କୁ ତାଙ୍କ ସ୍ୱାମୀ ଛାଡି ଚାଲି ଯାଇଥିଲାବେଳେ କୌଣସି କାରଣ ବଶତଃ ଗୁରୁବାର ସେ ନଦୀକୁ ଡେଇଁ ପଡିଥିଲେ । ଆଜି ପୋଲିସ ତାଙ୍କ ମୃତଦେହ ଠାବ କରିଛି । ମୃତକ ଜଣକ ହେଉଛନ୍ତି କୁନି ମୁଣ୍ଡା ।

ତେବେ ସୂଚନା ଅନୁଯାୟୀ କୁନି ମୁଣ୍ଡାଙ୍କୁ  ତାଙ୍କ ସ୍ୱାମୀ ଚାରିମାସ ପୂର୍ବରୁ ଛାଡି ଚାଲିଯିବା ପରେ ସେ ତାଙ୍କ ଦୁଇ ପିଲାଙ୍କ ସହ ଏକାକୀ ବାସ କରୁଥିଲେ । ଅନ୍ୟ ଜାଗରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟାଉଥିଲେ  । ଗୁରୁବାରୁ ଦିନ ସେ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ ମାତ୍ର ନ ଗାଧେଇ ସାହାପୁର ବ୍ରିଜ ଉପରୁ ତଳକୁ ଡେଇଁପଡିଥିଲେ । ସ୍ଥାନୀୟ ଲୋକେ ଘଟଣାଟିକୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ସେଠାରେ ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି କରିଥିଲେ। କିନ୍ତୁ କାଲି କୌଣସି ସନ୍ଧାନ ମିଳିପାରିନଥିଲା ।

ତେବେ ସକାଳେ ପୁଣି ଆଜି ଖୋଜା ଖୋଜି ଆରମ୍ଭ ପରେ କୁନିଙ୍କ ମୃତଦେହ ଠାବ କରିଛି ଅଗ୍ନିଶମ ବିଭାଗ । ତେବେ କଣ ପାଇଁ କୁନି ପାଣି କୁ ଡେଇଁ ପଡିଥିଲେ ତାହାର ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇପାରିନି । ଏବେ ମହିଳାଙ୍କ ଦୁଇ ଶିଶୁ କିପରି ବଞ୍ଚିବେ କାହାପାଖରେ ରହିବେ ତାହାଙ୍କୁ ନେଇ ସମସ୍ତଙ୍କ ମନରେ ଘାରିଛି ପ୍ରଶ୍ନ । ତେବେ ଅଞ୍ଚଳ ବାସୀ ପିଲା ଦୁଇଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *