୧୪୪ ଧାରା ବଳବତ୍ତର ଥିବା ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ପାହାଡ ତାଡ଼ି ବେଆଇନ ପଥର ଲୁଟ । ଦୀର୍ଘ ବର୍ଷ ଧରି କ୍ରସର ସମ୍ରାଟ ମାଫିଆଙ୍କ କବଜାରେ ଥିଲା ନିଶ୍ଚିନ୍ତା ପାହାଡ, ରାଇଗୋଡ଼ା ପାହାଡ଼। ଢେଙ୍କାନାଳ ଜିଲ୍ଲା ପ୍ରଶାସନ, ବନ ବିଭାଗ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ମଙ୍ଗଳବାର ଭୋର ପୂର୍ବରୁ ହୋଇଥିଲା ମିଳିତ ଚଢ଼ାଉ। ପ୍ରଦୂଷଣ, ବିଶୃଙ୍ଖଳା, ଜଙ୍ଗଲ ଅଞ୍ଚଳକୁ ହାତକୁ ନେଇ ବେପିଖର ଭାବେ ଜାରି ରହିଥିଲା ମାଫିଆଙ୍କ ରାଜୁତି। ଉକ୍ତ ଚଢ଼ାଉ ପୁଲିସ ଏବଂ ବନ ବିଭାଗର ୯୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସହ ୨୦ରୁ ଉର୍ଦ୍ଧ୍ବ ଗାଡ଼ି ଜବତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now