ପ୍ରବଳ ବର୍ଷା କାରଣରୁ ଢେଙ୍କାନାଳ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Spread the love

ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଆଜି ଢ଼େଙ୍କାନାଳ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଗୁଡ଼ିକରେ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି ।

ଭୀଷଣ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, ଅଙ୍ଗନବାଡି ଛୁଟି ରହିବ ବୋଲି ଘୋଷଣା କରାଯାଇଛି ।

ଢେଙ୍କାନାଳ ଜିଲ୍ଲାପାଳ ଜଳବନ୍ଦୀ ସମସ୍ୟା ଓ ତଳିଆ ଅଞ୍ଚଳ ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ସମସ୍ତ ବିଡିଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ନଜର ରଖିବାକୁ ଆଠଟି ବ୍ଲକ ପାଇଁ ଆଠଜଣ ବରିଷ୍ଠ ଅଧିକାରୀ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *