ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

Spread the love

ଯାଜପୁର: ଇଞ୍ଜିନିୟର ଛାତ୍ରୀଙ୍କ ମୃତ ଘଟଣା । ହତ୍ୟାର ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସରକାରୀ ପଲଟେକନିକ ବିରଜା ହଷ୍ଟେଲରେ । ମଙ୍ଗଳବାର ଦିନ ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ଝଲନ୍ତା ମୃତଦେହ ଠାବ ହୋଇଥିବା ବେଳେ । ମୃତକକ ନାମ ହେଉଛି ରୋଜାଲିନ ପାତ୍ର । ସେ ଇଲେକଟ୍ରିକାଲ ଇଞ୍ଜିନିୟରିଂ ତୃତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ଅଭିଯୋଗକୁ ଆଧାର କରି ପୋଲିସ ଆରମ୍ଭ କରିଛି ଛାନଭିନ ।

ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଶେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ହେଉଛି ରୋଜାଲିନ ପାତ୍ର । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ 4ଟି କ୍ୟାମ୍ପସ ପାଇସାରିଥିଲେ । ଏଥିପାଇଁ ପରିବାର ଲୋକେ ମଧ୍ୟ ଖୁବ ଖୁସି ଥିଲେ । କିନ୍ତୁ ଏଭଳି ସ୍ଥିତିରେ ଏପରି ଅଘଟଣ ଘଟିବାରୁ ହତ୍ୟାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରୋଜାଲିନି 4ଟି ସ୍ଥାନରେ କ୍ୟାମ୍ପସ ପାଇଥିବାରୁ ତାଙ୍କ ସହପାଠୀଗଣ ତାଙ୍କୁ ନାପସନ୍ଦ କରୁଥିଲେ ଏବଂ କୌଣସି କ୍ୟାମ୍ପସ ସିଲେକ୍ସନରେ ନବିସିବାକୁ  ତାକୁ ଧମକ ଦେଉଥିଲେ । ରୋଜାଲିନିଙ୍କ ମା ଅଭିଯୋଗ କରିଥିଲେ ଯେ ସୋମବାର ଦିନ ଝିଅ ରୋଜାଲିନିକୁ ଜଣେ ଛାତ୍ର ମାଡ ମାରିଥିଲେ ଏବଂ ବିଭିନ୍ନ ଅଶୀଳ ମସେଜ ବି କରୁଥିଲେ । ଏବିଷୟରେ ରୋଜାଲିନି ତାଙ୍କ ମା କୁ ସମସ୍ତ କଥା ଜଣାଇଥିଲେ । ଏବଂ ଭଲ ପଢୁଥିବା ପିଲାକୁ ଏଭଳି ହଇରାଣ କରାଯାଏ ବୋଲି ତାଙ୍କ ମାକୁ କହିଥିଲେ ।

ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷକୁ ଦାୟୀ କରିଥିବାବେଳେ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୟା ମଳିନାହିଁ । ତେବେ ଖବର ପାଇ ଯାଜପୁର ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଘଟଣା ସ୍ଥଳରେ ଛାନଭିନ କରୁଛନ୍ତି । ପୋଲିସ ତଦନ୍ତ ପାଇଁ ହଷ୍ଟେଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତକୁ ଆଗକୁ ବଢାଇଛି ।

Leave a Reply

Your email address will not be published. Required fields are marked *