ଗୃହରେ ଆଇନ ମନ୍ତ୍ରୀଙ୍କ ବିବୃତି-ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଦୀପକ

ବିଜେଡ଼ି ଦେଇଥିବା “ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା, ଅପରାଧ ରାଜଧାନୀରେ ଶବ ଜବତ ହେଲା ଘଟଗାଁରେ” ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେଡ଼ି।  ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲସା କରିଛନ୍ତି ଆଇନ ମନ୍ତ୍ରୀ । ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଦୀପକ।  ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ।  ୨୦୨୨ରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କୁ ହତ୍ୟାକରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା । ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ଯେଉଁ ଟ୍ରକ୍ କଥା କୁହାଯାଇଛି ସେ ଟ୍ରକ୍ ସେଠାରେ ନଥିଲା। ତେଣୁ କାହା ପୃଷ୍ଟ ପୋଷକତାରେ ଏସବୁ ଚାଲିଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ।ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ । ସେହିପରି ଚଳିତ ମାସ ୬ ତାରିଖରେ ଶୁଭମିତ୍ରାଙ୍କୁ ଜଘନ୍ୟ ଭାବେ ହତ୍ୟା କରିଥିଲା ଦୀପକ ରାଉତ । ପୋଲିସ ମାତ୍ର ୧୦ଦିନ ଭିତରେ ଗତ ୧୭ ତାରିଖରେ ହତ୍ୟାକାରୀ ଦୀପକକୁ ଧରିଥିଲା। ଦୀପକ ରାଉତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି । ଅଭିଯୁକ୍ତ କ୍ରାଇମ ସିନ ରିକ୍ରିଏସନ କରାଯାଇଥିବା ସହ ଶବ ମିଳିଥିଲା । ବିଜେପି ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଦେଖାଇଛି । ତେବେ ଏ ପର୍ଯ୍ୟନ୍ତ ଯେତେ ଘଟଣା ଘଟିଛି, ଦୁଇ ତିନି ଦିନ ଭିତରେ ଆସାମୀଙ୍କୁ ଗିରଫ କରାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *