ପାକିସ୍ତାନ ପେଶାଓ୍ୱାରରେ ସୁଇସାଇଡ୍ ଆଟାକ୍। ପେଶାଓ୍ୱାରରେ ଫେଡେରାଲ କାଷ୍ଟେବୁଲରୀ ମୁଖ୍ୟାଳୟ ପାଖରେ ଏହି ଆକ୍ରମଣ ହୋଇଛି। ୩ ଆତଙ୍କି ଓ ୩ ଏଫସି ମେମ୍ୱରଙ୍କ ମୃତ୍ୟୁ ହୋଇଛି। ଏରିଆକୁ ପୁରା ଘେରାବନ୍ଦୀ ଜାରି କରି ସର୍ଚ୍ଚ ଅପରେସନ ଜାରି ରହିଛି। ପାକିସ୍ତାନରେ କେପି ଓ ବାଲୁଚିସ୍ତାନରେ ବୃଦ୍ଧି ପାଉଥିବା ଆକ୍ରମଣ ଘଟଣା ଭିତରେ ଏହି ଆକ୍ରମଣ ସୁରକ୍ଷା ଏଜେନ୍ସିଙ୍କ ଲାଗି ବଡ଼ ଚେତାବନୀ କୁହାଯାଉଛି। ଏହି ଆକ୍ରମଣକୁ ଆତ୍ମଘାତୀ ଆକ୍ରମଣ କୁହାଯାଉଛି। ଦୁଇଟି ଜାଗାରେ ଆତ୍ମଘାତୀ ବିସ୍ପୋରଣ ହୋଇଛି। ଗୋଟିଏ ମୁଖ୍ୟାଳୟର ଗେଟ ଆଗରେ ତ ଆଉ ଗୋଟିଏ ମୋଟର ସାଇକେଲ ଷ୍ଟାଣ୍ଡରେ ଘଟିଛି। ମଟର ସାଇକେଲ ଷ୍ଟାଣ୍ଡ୍ ଅର୍ଦ୍ଧସୈନିକ ବଳର ମୁଖ୍ୟାଳୟ ପରିସରରେ ରହିଛି। ପେଶାଓ୍ୱାର ଆକ୍ରମଣର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ନିଜକୁ ଉଡ଼ାଇଦେଇଥିଲେ ସୁଇସାଇଡ୍ ବମ୍ୱର। ବିସ୍ଫୋରଣ ପରେ ତୁରନ୍ତ ଗୁଳି କରିଥିଲେ ସୁରକ୍ଷାକର୍ମୀ। ଅଜ୍ଞାତ ବନ୍ଧୁକଧାରୀ, ସୁଇସାଇଡ୍ ବମ୍ୱର୍ସ ମିଶିକି ଆଟାକ୍ କରିଥିଲେ। ନଭେମ୍ୱର ୨୦୨୨ରେ ତହରିକ-ଏ- ତାଲିବାନ ପାକିସ୍ତାନ ସରକାର ସହ ଚାଲୁଥିଲା। ଆଉ ସିଜ୍ ଫାୟାର ସମାପ୍ତ କରିଦେଇଥିଲେ। ଆଉ ସୁରକ୍ଷାବଳ, ପୁଲିସ ଓ ସେନା ଉପରକୁ ଆକ୍ରମଣ ଲାଗି ଧମକ ଦେଇଥିଲା। ଏହା ପରେ ପାକିସ୍ତାନରେ ଏମିତି ଘଟଣା କ୍ରମାଗତ ବଢ଼ୁଛି। ପାକିସ୍ତାନର ଏହି କ୍ଷେତ୍ର ଆତଙ୍କବାଦର କେନ୍ଦ୍ରସ୍ଥଳୀ ରହିଛି। ଏହି ଏରିଆରେ ତହରିକ-ଏ-ତାଲିବାନ୍ ପାକିସ୍ତାନ ସକ୍ରିୟ ରହିଆସିଛି। ଏହାର ସମ୍ପର୍କ ଆଫଗାନିସ୍ତାନ ସହ ରହିଛି। ଯାହା କାରଣରୁ ଅତୀତରେ ଦୁଇ ଦେଶ ଭିତରେ ଯୁଦ୍ଧ ଭଳି ସ୍ଥିତି ହୋଇଥିଲା। ଏହାର ପୂର୍ବ ନାଁ ଫ୍ରଣ୍ଟିୟର କନଷ୍ଟେବୁଲାରି ଥିଲା। ଏହାକୁ ସରକାର ଜୁଲାଇରେ ବଦଳି ଏବେ ଫେଡେରାଲ କନଷ୍ଟେବୁଲାରୀ କରିଦିଆଯାଇଥିଲା। ଏହାର ମୁଖ୍ୟାଳୟ ଏକ ଜନବହୁଳ ଅଞ୍ଚଳରେ ରହିଛି। ଯାହା ସୈନ୍ୟ କାଣ୍ଟୋନମେଣ୍ଟ ପାଖରେ ରହିଛି। ଆକ୍ରମଣ ପରେ ଅପରେସନ କ୍ଲିଅରାନ୍ସ ଜାରି ଥିଲା।ଏହି ଘଟଣା ପରେ ସୁରକ୍ଷାବଳ ଓ ଆକ୍ରମଣକାରୀଙ୍କ ଭିତରେ ଗୁଳି ବିନିମୟ ଜାରି ଥିଲା। ମୁଖ୍ୟାଳୟ ପରିସରରେ ଫାୟାରିଂ କରି କିଛି ଲୋକ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା। ଆହତଙ୍କୁ ପେଶାଓ୍ୱରର ଲେଡି ରିଡିଂ ହସ୍ପିଟାଲକୁ ନିଆଯାଇଥିଲା। ଚଳିତବର୍ଷ ମିଲିଟାରୀ ଆକ୍ରମଣରେ ୪୩୦ରୁ ଅଧିକ ଲୋକ ମରିଛନ୍ତି। ଅଧିକାଂଶ ସୁରକ୍ଷାକର୍ମୀ ଥିଲେ। ବେଲୁଚିସ୍ତାନରେ ଜଡ଼ିତ ହିଂସା କାରଣରୁ ୭୮୨ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ପାକିସ୍ତାନର ରାଜଧାନୀ ଇସଲାମାବାଦର ଜିଲ୍ଲା କୋର୍ଟ ପାଖରେ ପାର୍କିଂ ଅଞ୍ଚଳରେ ଏକ କାର୍ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଏଥିରେ ୩୬ ଲୋକ ଆହତ ହୋଇଥିଲେ। ଏହି ଆକ୍ରମଣ ତହରିକ-ଏ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଥିଲା। ତହରିକ-ଏ-ତାଲିବାନ୍ ପାକିସ୍ତାନର ଆତଙ୍କବାଦୀ ସଂଗଠନ କ୍ରମାଗତ ଆକ୍ରମଣ ଜାରି ରଖିଛି। ଆଉ ସୁରକ୍ଷାବଳ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଆସୁଛି। ଡବଲ ଆଟାକରୁ ଦୋହଲିଗଲା ପାକିସ୍ତାନ। ଗଲା ସେପ୍ଟେମ୍ୱରରୁ ୨ଟି ବଡ଼ ଆକ୍ରମଣ ହୋଇସାରିଛି। ଏଥର ଆଉ ଥରେ ସେନା ଠିକଣାକୁ ଏତେ ନିକଟରୁ ଟାର୍ଗେଟ କରାଗଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now