ବିଷ ପିଇ ଭିଡ଼ିଓ କରି ଜୀବନ ହାରୁଥିଲେ ଯୁବକ

ପତ୍ନୀ ଓ ତାଙ୍କ ପରିବାରର ନିର୍ଯ୍ୟାତନା ସହିନପାରି ପୁଣି ଜଣେ ଯୁବକ ଜୀବନ ହାରିବାକୁ ବାହାରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି। ସଂପୃକ୍ତ ଯୁବକ ସହ ତାଙ୍କ ପତ୍ନୀ ରହିବାକୁ ଚାହୁଁନଥିଲେ। ପତ୍ନୀଙ୍କ ସମେତ ଶ୍ୱଶୁର ଘର ସଂପୃକ୍ତ ଯୁବକକୁ ୧୨ ଲକ୍ଷ ଟଙ୍କା ଦେବାକୁ ଚାପ ପକାଉଥିଲେ। ମିଛ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି କୁଆଡ଼େ ଟଙ୍କା ଡିମାଣ୍ଡ କରୁଥିଲେ। ତେବେ ଗରିବ ପରିବାରର ହୋଇଥିବାରୁ କୁଆଡ଼ୁ ୧୨ ଲକ୍ଷ ଟଙ୍କା ଆଣିକି ଦେବି କହି ହତାଶ ହୋଇପଡ଼ିଥିଲେ ଯୁବକ ଜଣକ। ଆଉ ଶେଷରେ ପୁରା ନିର୍ଯାତନାର କଥା ଭିଡିଓରେ ବଖାଣି ବିଷ ପିଇ ଜୀବନ ହାରିବାକୁ ବାହାରିଥିଲେ। ଯୁବକର ଅଭିଭାବକଙ୍କ ବୟସ ୫୫ ବର୍ଷରୁ ଅଧିକ। ଜୀବନ ହାରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ ବୋଲି କହିଥିଲେ। ଆଜି ମୋର ଶେଷ ଦିନ କହି ସୁଇସାଇଡ୍ କରିବାକୁ ଯାଉଥିଲେ ଯୁବକ ଜଣକ। ପ୍ରାୟ ୪ ମିନିଟ୍ ୪୭ ସେକେଣ୍ଡର ଭିଡ଼ିଓ କରିଥିଲେ। ଯୁବକଙ୍କ ନାଁ ରାହୁଲ। ପୁଲିସକୁ ସହଯୋଗ ମାଗିଥିଲେ ସୁଦ୍ଧା ତାଙ୍କ କଥା କେହି ଶୁଣିଲେନି। ତାଙ୍କ ମୃତ୍ୟୁ ପରେ ଅନ୍ତତଃ ତାଙ୍କ ପରିବାରକୁ ପୁଲିସ ନ୍ୟାୟ ଦେବ ବୋଲି ଅପିଲ୍ କରିଥିଲେ ଭିଡ଼ିଓରେ। ତେବେ ରାହୁଲ ମୁଜାଫରନଗରର ଘାସମଣ୍ଡିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ସେ ବିପଦମୁକ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *