କ୍ରସର କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ : ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

Spread the love

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ବ୍ଲକ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛି । ଗତକାଲି ବିଳମ୍ବିତ ରାତିରେ ଏକ ଅଭବାନୀୟ ଘଟଣାକୁ ନେଇ ଏବେ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ତାକୁ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ରୂପରେଖ ଦିଆଯାଉଛି । ତେବେ ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କ୍ରସର କ୍ରର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ବିଭିନ୍ନ ମହଲରୁ ଉଦ୍ୟମ ଚାଲିଛି । ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମହିଶରା ପଂଚାୟତ ଡଙ୍କାରୀ ପାହାଡ ନିକଟରେ ଥିବା ବୈଦ୍ୟନାଥ ଷ୍ଟୋନ କ୍ରସରେ ଏଭଳି ଘଟଣା ଘଟିଛି ।

କ୍ରସରରେ କାର୍ଯ୍ୟ କରୁଥିବା କମାଗଡ ପଂଚାୟତ ଗେଙ୍ଗୁଟିଆ ଗ୍ରାମର ସ୍ୱର୍ଗତ କନ୍ଦ ବଳଙ୍କ ପୁଅ ଧରୁଆ (୨୪)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । କ୍ରସରରେ ଅନ୍ୟ କର୍ମଚାରୀ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଘଡଘଡିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କହି ମୃତଦେହକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କ୍ରସର ମାଲିକ ଏହି ଘଟଣାକୁ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ରୂପରେଖ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଛି । ମୃତ୍ୟୁ ପରେ ପରିବାର ଲୋକଙ୍କୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ନେଇ ସୂଚନା ଦିଆଯାଇଥିଲା । ପରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ରୂପ ଦେବାକୁ ଉଦ୍ୟମ କାହିଁକି କରାଗଲା ସେନେଇ ପରିବାର ଲୋକେ ଓ ପଡୋଶୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଥାଉକି, ପୂର୍ବରୁ କନ୍ଦଙ୍କର ମୃତ୍ୟୁ ଘଟିଥିଲା । ୨ ବର୍ଷ ପରେ ତାଙ୍କ ବଡଭାଇଙ୍କର ମୃତ୍ୟୁ ଘଟିଥିଲା । ଧରୁଆ ଉପରେ ପରିବାର ବୋଝ ପଡିଥିଲା । ଧରୁଆ ପରିବାରର ଏକମାତ୍ର ରୋଜଗାରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲା । ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ପରିସ୍ଥିତିରେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଘଟଣାକୁ ଚପାଇ ଦେବାକୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କ୍ରସର ମାଲିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରି ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *