ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ । ସକାଳୁ ଘର ବାହାରକୁ ଅଳିଆ ପକାଇବାକୁ ଯାଇଥିବା ବେଳେ ବାଇକରେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ। ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ତାଳଚେର ବାଘୁଆବୋଲ ଅଞ୍ଚଳରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବାଘୁଆବୋଲ ଅଞ୍ଚଳର ଅରୁନ୍ଧତୀ ମହାନ୍ତି ସକାଳୁ ନିଜ ଘରର ଅଳିଆ ପକାଇବାକୁ ବାହାରକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କୁ ଠିକଣା ପଚାରି ସୁନା ଚେନ ଝାମ୍ପିନେଇଥିଲେ । ପରେ ମହିଳା ଜଣକ ପାଟି କରିବାରୁ ଘରୁ ସମସ୍ତେ ବାହାରକୁ ବାହାରି ଆସିଥିଲେ । କିଛିସମୟପରେ ସିସିଟିଭିକୁ ଯାଞ୍ଚକରି ପରିବାର ଲୋକ ଦୁଇ ଦୃବୃତଙ୍କୁ ତାଳଚେର ଡେରା ଠାରେ ଠାବ କରି ପୋଲିସକୁ ଖବର ଦେଇଥିଲେ । ପରେ ତାଳଚେର ପୋଲିସ ଆସି ଉଭୟଙ୍କୁ କାବୁ କରିବା ସହ ଘଟଣାରରେ ଏକ ବଡ଼ ଧରଣର ରାକେଟ କାମ କରୁଥିବା ଜାଣି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now