ଟେଲିକମ୍‌ କମ୍ପାନୀଙ୍କୁ ଜରିମାନା

ଟେଲିକମ୍‌ କମ୍ପାନିଙ୍କୁ ଜରିମାନା । ୧୪୧ କୋଟିର ଜରିମାନା କମ୍ପାନୀ ଗୁଡିକ ଉପରେ ଲାଗିଛି । ଟେଲିକମ ଉପଭୋକ୍ତାଙ୍କ ଲାଗି ସ୍ପାମ୍ କଲ୍ ଏବଂ ମେସେଜ୍ ଚିନ୍ତାଜନକ ହୋଇଛି । ଏହାକୁ ରୋକିବାରେ ଟେଲିକମ୍ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହା ଉପରେ ରୋକ ଲଗାଇବାକୁ ସକ୍ଷମ ହୋଇନାହାନ୍ତି ଦେଶର ବିଭିନ୍ନ ଟେଲିକମ କମ୍ପାନୀ। ଯାହାକୁ ନେଇ ଏବେ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନିଗୁଡିକ ଉପରେ ଲାଗିଛି ୧୪୧ କୋଟିର ଜରିମାନା ।

୪ ଟି ବଡ଼ କମ୍ପାନି ବାଦ ଅନେକ ଛୋଟ ଟେଲିକମ ଅପରେଟରଙ୍କ ଉପରେ ମଧ୍ୟ ଲାଗିଛି ଜରିମାନା । ଟ୍ରାଇ ଟେଲିକମ୍ କମର୍ସିଆଲ କମ୍ୟୁନିକେସନ କଷ୍ଟମର ପ୍ରିଫରେନ୍ସ ରେଗୁଲେସନ ଅଧିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ସଦ୍ୟତମ ରାଉଣ୍ଡରେ ଏହି କମ୍ପାନିଗୁଡିକ ଉପରେ ୧୨ କୋଟି ଟଙ୍କା ଜରିମାନା ଲାଗିଛି । ତେବେ କମ୍ପାନିଗୁଡିକ ଏହି ବକେୟା ରାଶି ପଇଠ କରିନାହାନ୍ତି । କମ୍ପାନିଗୁଡିକ ବ୍ୟାଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରଦାନ କରିଥିବା ଅର୍ଥ ମଧ୍ୟରୁ ଏହାକୁ ଅସୁଲ କରିବାକୁ ଟ୍ରାଇ ଟେଲିକମ ବିଭାଗକୁ ଅନୁରୋଧ କରିଛି । ଏ ଦିଗରେ ଟେଲିକମ ବିଭାଗର ନିଷ୍ପତ୍ତି ଆସିବା ବାକି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *