ଅହମ୍ମଦାବାଦରେ ୧୯ ଯୁବକ ଏବଂ ଯୁବତୀଙ୍କ ବାଲ୍ୟ ବିବାହକୁ ପ୍ରଶାସନ କଲା ବନ୍ଦ

Spread the love

ଅହମ୍ମଦାବାଦ : ଅହମ୍ମଦାବାଦରେ ୧୯ ଜଣ କିଶୋର କିଶୋରୀଙ୍କ ବାଲ୍ୟ ବିବାହକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି । ଭାଟବାର ଚୁନାରାଭାସ ଠାରେ ଏକ ବିବାହ ଉତ୍ସବରେ ବିବାହ ପ୍ରତିବନ୍ଧକ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଏକ  ଯାଂଚ  କରାଯାଇଥିଲା । ଏହି ସମୟରେ ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି ଦେଖିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଅହମ୍ମଦାବାଦର ଭାଟବା ଅଂଚଳର ଚୁନାରାବାସରେ ଏକ  ବିବାହ ସମାରୋହ ଆୟୋଜନ କରାଯାଇଥିଲା । ଏଥିରେ ୩୬ ଦମ୍ପତି ବିବାହ କରିବାକୁ ନିଷ୍ପତି ନେଇଥିଲେ । ଏଥିରେ, ୧୯ ଦମ୍ପତିଙ୍କ ବୟସ ବିବାହ ପାଇଁ ନିର୍ଦ୍ଧାରିତ ବୟସରୁ କମ୍ ଥିଲା । ଦେବୀପୁଜକ ପ୍ରଗତି ମଣ୍ଡଳ ପକ୍ଷରୁ ଭାଟବା ବିଧାନସଭା ବିଧାୟକ ବାବୁସିନ ଯାଦବ, ପୂର୍ବତନ ଗୃହମନ୍ତ୍ରୀ ପ୍ରଦିପ ସିଂହ  ଜାଡେଜା, ଅହମ୍ମଦାବାଦର ପୂର୍ବତନ ସାଂସଦ ହସମୁଖଭାଇ ପଟେଲ, ବାପୁନାଗର ବିଧାନସଭା ଆସନ ବିଧାୟକ ଦୀନେଶ କୁଶୱା ଇତ୍ୟାଦି ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୋଇଥିଲେ । ଏହି ସମାରୋହରେ ନିଜେ ବିବାହ ପ୍ରତିବନ୍ଧକ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଦସ୍ୟମାନେ ଏକ ଅଚାନକ ଯାଂଚ  କରିଥିଲେ । ଏଥିରେ, ୩୬ କିଶୋରଙ୍କ ବୟସ ବିବାହ ପାଇଁ ସ୍ଥିର ହୋଇଥିବା ସର୍ବନିମ୍ନ ବୟସଠାରୁ କମ୍ ଥିଲା, ଯାହା ପରେ ସେମାନଙ୍କୁ ବିବାହ କରିବାକୁ ବାରଣ କରାଯାଇଥିଲା । ପରେ ଅନ୍ୟ ଦମ୍ପତିମାନେ ପୋଲିସର ବ୍ୟବସ୍ତା  ସହିତ ଏକ ସମାରୋହରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *