ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିସାହିରେ ବିଭତ୍ସ ହତ୍ୟାକାଣ୍ଡ। ମଦ ପିଇବାକୁ ଟଙ୍କା ନଦେବାରୁ ଜେଜେ ମାଆକୁ ହତ୍ୟା କଲା ମଦ୍ୟପ ନାତି। ମୃତକ ବାଲିସାହିର ଶ୍ରୀମତୀ ଦଣ୍ଡପାଟ। ସୂଚନାଅନୁଯାୟୀ ଶ୍ରୀମତୀ ଘରେ ଥିବା ବେଳେ ନାତି ଲିକୁ ସିଂହ ମଦ୍ୟପାନ କରି ପ୍ରଥମେ ଟଙ୍କା ମାଗିଥିଲେ। ଏଥିରେ ଜେଜେ ମାଆ ବାରଣ କରିବାରୁ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଉପରେ ଠିଆ ହୋଇଯାଇଥିଲେ। ଯାହାକୁ ନେଇ ଲିକୁର ମାଆ ଚମ୍ପା ସିଂହ ମଧ୍ୟ ବାରଣ କରିବାରୁ ତାଙ୍କୁ ମଧ୍ୟ ଛାଡି ନଥିଲା ମଦ୍ୟପ ଯୁବକ। ଘଟଣା ସ୍ଥଳରେ ହିଁ ଶ୍ରୀମତୀ ଦଣ୍ଡପାଟଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଅଭିଯୁକ୍ତ ମଦ୍ୟପ ଲିକୁ ସିଂହକୁ କାବୁ କରିଛି।ଏଥିସହିତ ଘଟଣା ସ୍ଥଳରେ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର, ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now