ସିଙ୍ଗିରି ପଞ୍ଚାୟତର ତତ୍କାଳୀନ ସରପଞ୍ଚ ହତ୍ୟା ଘଟଣା

ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣା। ଆଜି ଏହି ବର୍ବରୋଚିତ ହତ୍ୟା ଘଟଣାରରାୟ ସୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା। ତେବେ ୩୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ଓ ଘଟଣାସ୍ଥଳରେ ମିଳିଥିବା ମାରଣାସ୍ତ୍ର ଓ ଡାକ୍ତରୀ ରିପୋର୍ଟ ଯାଞ୍ଚ କରିବା ପରେ ରାୟ ଶୁଣାଇ ୮ ଅଭିଯୁକ୍ତମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା କରିଥିବା ବେଳେ, ଜୋରିମାନା ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡ ସଜ୍ଜା ଶୁଣାଇଛନ୍ତି। ଏହି ଜିଲ୍ଲା ଦୌରାଜଜଙ୍କ ରାୟ  ଶୁଣାଇବା ପରେ ଚିତ୍ରସେନଙ୍କ ଧର୍ମପତ୍ନୀ ଓ ତାଙ୍କ ପରିବାର ଦୀର୍ଘ ଛଅ ବର୍ଷ ପରେ ନ୍ୟାୟ ପାଇବା କଥା କହିଛନ୍ତି । ତେବେ ୨୦୧୬ ମସିହା ଜୁନ ୮ରେ ସରପଞ୍ଚ ଚିତ୍ରସେନ ଆଳି ବ୍ଲକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଆଗଡି ଛକ ନିକଟରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଲୁହା ରଡ଼ ଓ କଟୁରୀ ରେ ୮ଜଣ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଚିତ୍ରସେନଙ୍କ ମୃତ୍ୟୁ ଘଟିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *