ସାଲେପାଲି ହତ୍ୟା ଘଟଣା ଭାଇ ଭାଇକୁ ହତ୍ୟା କରିଥିଲା : ହତ୍ୟକାରୀ ର ସିନ ରିକ୍ରେସନ୍

Spread the love

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ସାଲେପାଲିର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଗତ ୧୭ ତାରିଖ ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗୀର ଟାଉନ ପୁଲିସ । ମୃତକ ଜଣକ ସାଲେପାଲିର ରିଙ୍କୁ ମେହେର(୨୭) ବୋଲି ଜଣାପଡିଥିଲା । ତେବେ କିଏ ଓ କାହିଁକି ରିଙ୍କୁଙ୍କୁ ହତ୍ୟା କଲା ତାହାକୁ ନେଇ ସହର ସାରା ଚର୍ଚ୍ଚା ହେଉଥିବା ବେଳେ ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ଟାଉନ ପୁଲିସ । ପୁଲିସ ଏହି ଘଟଣାରେ ମୃତ ରିଙ୍କୁଙ୍କ ସାନ ଭାଇ ପିଙ୍କୁ ଓରଫ ଶଙ୍କର ଭବାନୀଙ୍କୁ ଗିରଫ କରିଛି । ଗିରଫ ପରେ ପୁଲିସ ହତ୍ୟାକାରୀ ପିଙ୍କୁଙ୍କୁ ନେଇ ଘଟଣାସ୍ଥଳରେ ପୁରା ଘଟଣାର ସିନ୍ ରିକ୍ରିଏସନ୍ କରିଛି । ଅନ୍ୟପଟେ ହତ୍ୟାକାରୀ ପିଙ୍କୁ ସ୍ୱୀକାର କରିଛି ଯେ, ମୁଁ ହିଁ ମୋ ଭାଇର ହତ୍ୟାକାରୀ । ମୋ ଭାଇ ମୋ ମା’ ବାପାଙ୍କୁ ଅତ୍ୟାଚାର କରିଥିବାରୁ ମୁଁ ତାକୁ ନୃଶଂସ ଭାବରେ ହତ୍ୟା କରିଛି ବୋଲି କହିଛନ୍ତି । ଆଜି ବଲାଙ୍ଗିର ଏସ ଡି ପି ଓ ତୁଫାନ ବାଗ ପ୍ରକାଶ କରିଛନ୍ତି ଯେ ଗତ ୧୩ ତାରିଖରେ ଦିନ ଦ୍ୱିପ୍ରହର ରେ ଘଟଣା ଘଟିଛି ସାନ ଭାଇ ସିନ ରିକ୍ରେଶନ ବେଳେ ବାପା ମାକୁ ଗଲି ଗୁଲଜ କରୁଥିଲା ବାପା କୁ ଶ୍ୱାସ ରୋଗ ଯୋଗୁଁ ହସ୍ପିଟାଲରେ ଭର୍ତି କରାଯାଇ ପିଙ୍କୁ ମେହେର ମେଡିସିନ ୱାର୍ଡ ରୁ ହସ୍ପିଟାଲ ରୁ ୧୪ ତାରିଖ ଦିନ ଗୋଟାଏ ତିରିଶ ରୁ ଦୁଇଟା ବେଳେ ଆସି ବଡ ଟାଙ୍ଗିଆରେ ଆସି ହତ୍ୟା କରି ଖଣ୍ଡ ଖଣ୍ଡ କରିଥିଲା କିନ୍ତୁ ଏହା କୁ ଭର୍ତି କରିଥିବା ବ୍ଲେଡର ସାହାଯ୍ୟ ନେଇ ୮ ଖଣ୍ଡ କରିଥିଲା ଗୋଟିଏ ବେଗରେ ଭରିଥିଲା କିନ୍ତୁ ଶବକୁ ଠିକଣାରେ ଲଗାଇ ପାରିନଥିଲା ଘରେ ଥିବା ପାଣିରେ ହାତ ଗୋଡ ଧୋଇ ଚାରିଟା ରେ ହସ୍ପିଟାଲ ବାପା ପାଖକୁ ଯାଇଥିଲା । ୧୫ ତାରିଖରେ ରେ ଦୁର୍ଗନ୍ଧ ହୋଇ ଯାଇଥିଲା ବାପାକୁ ବୁର୍ଲା ନେଇ ଯାଇଥିଲେ ଚାରିଟା ବେଳେ ତେଣୁ ସେ ବୁର୍ଲାରେ ଥିଲା । ସେଠାରୁ ପୋଲିସ ସାଲେପଳିରୁ ଶବ ପାଇବା ପରେ ପୋଲିସ ତାକୁ ଧରିଥିଲା । ଆଜି ସେ କିପରି ହତ୍ୟା କରି ଥିଲା ତାହା ଘଟଣା ସ୍ଥଳରେ ଯାଇ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *