ଘର ମାଲିକଙ୍କ ମୁଣ୍ଡ ଫଟାଇଲେ ଚୋର

Spread the love

କେନ୍ଦ୍ରାପଡ଼ା : ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଚୋରୀ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ନାଗପୁର ଗ୍ରାମର ପ୍ରଭାତ ରାତଙ୍କ ଘରେ ବିଳମ୍ବିତ ରାତିରେ ଚୋର ମାନେ ପଶି ୮୦ ହଜାର ନଗଦ ଟଙ୍କା, ସୁନା ଚେନ, ମୁଦି, କାନଫୁଲ ଚୋରୀ କରୁଥିବା ବେଳେ ପ୍ରଭାତଙ୍କ ଭାଇ ପ୍ରେମାନନ୍ଦ ଏହାର ବିରୋଧ କରିବାରୁ ଚୋର ଏକ ରଡରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ଦୋବାରୁ ସେ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ସଦର ଥାନା ଅଧିକାରୀ ଓ ସାଇନଟିଫିକ ଦଳ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *