ବଲାଙ୍ଗୀର : ଆଜି ବଲାଙ୍ଗୀର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି । ବଲାଙ୍ଗିର ସହରର ଡେଲିମାର୍କେଟ ପଛପଟ ଏକ ଖୋଲା ଜାଗାରେ ୫ ଜଣ ଦୁର୍ବୃର୍ତ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆଇଆଇସି ବିଶ୍ୱଜିତ ମନବୋଧଙ୍କ ତତ୍ୱାବଧାନରେ ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନରେ ଚଢାଉ କରି ୫ଜଣ ଦୁର୍ବୃର୍ତଙ୍କୁ ଗିରଫ କରିଛି । କେସ୍ ନଂ. ୨୬୨/୨୩ ୟୁ/ଏସ୍ ୩୯୯/ ୪୦୨ ଆଇପିସିରେ ଏକ ମାମଲା ରୁଜୁ କରି ଟାଉନ ପୋଲିସ ଆହୁରି ତଦନ୍ତ ଜାରି ରଖିଥିବା ବେଳେ ଗିରଫ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଶ୍ରୀ ମନବୋଧ ସୂଚନା ଦେଇଛନ୍ତି । ଗିରଫ୍ ଅଭିଯୁକ୍ତମାନେ ହେଲେ ଚିମନିଭାଟିପଡ଼ାର ରମାକାନ୍ତ ସ୍ୱାଇଁ(୩୦), କଂସାରୀପଡ଼ାର ସଚିନ ଦାଶ(୨୬), ମନିଷ ବେହେରା(୨୫), ଅବଦୁଲ୍ ଅନିଶ(୨୮) ଓ ମାଲଗୋଦାମପଡ଼ାର ପ୍ରଦୀପ ବାରିକ (୩୫) ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗିରଫ୍ ଅଭିଯୁକ୍ତମାନଙ୍କଠାରୁ ଟାଉନ୍? ପୋଲିସ ମାରଣାସ୍ତ୍ର ମଧ୍ୟ ଜବତ୍ କରିଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now