ପୁଅ ସରେଣ୍ଡର କରିଦେ। ଜଣେ ଆତଙ୍କବାଦୀକୁ ଭିଡିଓ କଲରେ ଆତୁର ହୋଇ ମାଆ ବୁଝାଉଥିବାର ଭିଡ଼ିଓ ଭାଇରାଲ ହୋଇଛି। ତଥାପି ଆତଙ୍କବାଦୀ ପୁଅ ମାନିଲାନି। ସେନା ଉପରକୁ ଗୁଳି ଚଳାଇଥିଲା। ତ୍ରାଲ୍ ଏନକାଉଣ୍ଟରରେ ମରିଥିବା ଆମିରର ଭିଡ଼ିଓ ପଦାକୁ ଆସିଛି। ପୁଅ ଅମିର ନାଜିର୍ ଓ୍ୱାନି ଜଣେ ଜୈସ-ଏ-ମହମ୍ମଦ ଆତଙ୍କି ସଂଗଠନର କର୍ମକର୍ତ୍ତା ଥିଲା। ଏନକାଉଣ୍ଟର ଆଗରୁ ନିଜ ମାଆ ଓ ଭଉଣୀ ସହ କଥା ହୋଇଥିଲା ଅମିର୍। ପୁଲଓ୍ୱାମା ଆକ୍ରମଣ ପରେ ସେନାର ଟାର୍ଗେଟରେ ଥିଲା ଅମିର୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now