ଆସିବ ସତ, ଖୋଲିବ ଗୁମର

Spread the love

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣ ଦର୍ଶାଇ ଇଡିକୁ ସହଯୋଗ କରୁନାହାନ୍ତି ନାଗ । ସେଥିପାଇଁ ଆଜି ସନ୍ଧ୍ୟାରେ ଇଡି ଅଫିସରେ ଏକ ଡାକ୍ତରୀ ଟିମ ପହଁଚିଛନ୍ତି । ସେପଟେ ତୃତୀୟ ଥର  ପାଇଁ ED ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ହାଇକୋର୍ଟଙ୍କ ଦ୍ୱାରା ଆଗୁଆ  ଜାମିନ ଆବେଦନ ଖାରଜ ହେବା ପରେ ED ଅଫିସରେ ପହଁଚିଛନ୍ତି । ଅର୍ଚନା, ଜଗବନ୍ଧୁ  ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା ହୋଇଥିବା ଜଣାପଡିଛି ।  

ଖସି ପାରିବେନି ଅର୍ଚନା….ଆଉ ଫସିବେ ବଡବଡିଆ ।

ଚାଲିଛି  ଘନ  ଘନ  ଜେରା ଆଉ ସତ  ଓଗାଲୁଛନ୍ତି ଶ୍ରଦ୍ଧାଞ୍ଜଳି ।  ଅର୍ଚନା ହନିଟ୍ରାପ ଘଟଣାରେ ତଦନ୍ତ କୁ ଅଧିକ କ୍ରିୟାଶୀଳ କରିଛି ଇଡି । ନାଗ ଦମ୍ପତି ସହ ଶ୍ରଦ୍ଧାଞ୍ଜଳି ଙ୍କୁ ବସାଇ କରିଛି ମାରାଥନ ଜେରା । ଆଉ ଶ୍ରଦ୍ଧାଞ୍ଜଳି ଙ୍କୁ ଦେଖି ଅର୍ଚନା ଭୟଭୀତ ହୋଇଥିବା ଜଣା ପଡିଛି । ରିମାଣ୍ଡ ରେ ଇଡି କୁ ଭୁଆଁ ବୁଲାଉଥିବା ଅର୍ଚନା ଇଡି ଆଗରେ ବଖାଣିବେ ସବୁ ସତ । ହନିଟ୍ରାପ ବ୍ଲାକ ମେଲିଂଘଟଣାର ପ୍ରକୃତ ସତ ରଖିବେ ED ଆଗରେ ।

ଗୋଟିଏ ପଟେ ଅର୍ଚନା ଜଗବନ୍ଧୁ ଶ୍ରଦ୍ଧାଞ୍ଜଳି ଙ୍କୁ ମୁହାଁମୁହିଁ ଜେରା କରିଥିବା ବେଳେ ଅନ୍ୟପଟେ ଡିଜିଟାଲ ଏଭିଡିଏନ୍ସ କୁ ଅପେକ୍ଷା କରିଛି ଇଡି । ଅର୍ଚନା ଙ୍କ ଡାଏରି ର ଜେରକ୍ସ ଇଡି ପାଖରେ ପହଂଚିଥିବା ବେଳେ ସତ୍ୟବିହାର ଘରୁ ଜବତ ହୋଇଥିବା ଡିଜିଟାଲ ଏଭିଡିଏନ୍ସ କୁ ରଖିଛି ଅପେକ୍ଷା । ଆଉ ଖୁବ ଶୀଘ୍ର ରାଜ୍ୟ ଫରେନସିକ ଲାବ୍ରୋଟୋରି ରୁ ଡିଜିଟାଲ ଏଭିଡିଏନ୍ସ ଆସିବ ପରେ ଆଉ କିଛି ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି । ସେପଟେ ଅର୍ଚନା ଇଡି କୁ ସମ୍ପୂର୍ଣ ଭାବେ ସହଯୋଗ କରୁଥିବା କହିଛନ୍ତି ଅର୍ଚନା ଙ୍କ ଓକିଲ ।

ଅର୍ଚନା ଙ୍କ ଦ୍ୱିତୀୟ ଥର ରିମାଣ୍ଡ ର ଆଜି ହେଉଛି ପଞ୍ଚମ ଦିନ । ଆଉ ଗୋଟିଏ ଦିନ ପରେ କୋର୍ଟରେ ହଜାର ହେବେ ଅର୍ଚନା ।ଏଣୁ ଏହାରି ଭିତରେ ଅର୍ଚନା ଙ୍କ ଠାରୁ ଅଧିକରୁ ଅଧିକ ସତ ଓଗାଳିବା ପାଇଁ  ଚେଷ୍ଟା କରୁଛି ଇଡି ।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *