ଓଡ଼ିଶା

ହକି ବିଶ୍ୱକପ ବେଳେ ମନେପଡିଛି  ଭୁବନେଶ୍ୱର ଉନ୍ନତି କଥା

ଭୁବନେଶ୍ବର: ହକି ବିଶ୍ୱକପ ପାଇଁ ଚାଲିଛି ଜୋରଦାର ସଜସଜ୍ଜା l ଭିନ୍ନ ରୂପ ପାଉଛି ରାଜଧାନୀ ଭୁବନେଶ୍ୱର l କାନ୍ଥ ଠାରୁ ଆରମ୍ଭ କରି ବିଭିନ୍ନ ଛକ ବଜାର ସୌନ୍ଦର୍ଯ୍ୟକରଣ ପାଇଁ ଉଭୟ ରାଜ୍ୟ ସରକାର ଓ ବିଏମସି ଜୋରଦାର ଉଦ୍ୟମ ଜାରି ରହିଛି l ବିଦେଶୀ ଖେଳାଳୀ ଓ ଅତିଥି ମାନଙ୍କ ମନ ଜିଣିବା ପାଇଁ ସମସ୍ତ ପ୍ରସ୍ତୁତି ସହ ସୁରୁଖୁରୁରେ ବିଶ୍ୱକପ ସାରିବାକୁ ଲକ୍ଷ୍ୟ ରଖିଛି ଆୟୋଜକ ଓଡିଶା l

ହକି ବିଶ୍ୱକପ ପାଇଁ ମନେପଡିଛି  ଭୁବନେଶ୍ୱର ଉନ୍ନତି କଥା l ଆଗରୁ ନଥିଲା ଏପରି ଜୋସ l ବିଦେଶୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା l ପୂରା ହେଉଛି ବହୁତ ଦିନର ଅଧୁରା କାମ l ରାଜଧାନୀର ବିଭିନ୍ନ ଛକ ବଜାର ର ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବା ବେଳେ ବିଭିନ୍ନ କାନ୍ଥରେ ଶୋଭା ପାଉଛି ଓଡିଶା ସଂସ୍କୃତି ଓ ପରମ୍ପରାର କଥା l ସହରକୁ ଆହୁରି ସୁନ୍ଦର କରିବାକୁ ଆଉ ଦୁଇପାଦ ଆଗରେ ବିଏମସି l ଆଲୋକୀକରଣ, ହୋଡିଂ, ପଟ୍ଟଚିତ୍ର ସହ  ଓଡିଶାର କଥାକୁ ବିଦେଶୀ ତଥା ହକି ପ୍ରେମୀଙ୍କ ପାଖରେ ପହଁଚାଇବା ପାଇଁ ଅଟୋ ଓ ଟାକ୍ସି ଆସୋସିଏସନ ସହ ଆଲୋଚନା କରିଛି ବିଏମସି । ଖାଲି ସେତିକି ନୁହେଁ ଶାନ୍ତି ଶୃଙ୍ଖଳା ଓ ପରିଷ୍କାର ପରିଚ୍ଛନତା ସହ ରାତ୍ରୀକାଳୀନ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପୂଜା କମିଟି ସହ ମଧ୍ୟ ଆଲୋଚନା ହୋଇଛି ।  ସେପଟେ କାନ୍ଥର ଚିତ୍ରକଳା ବିଦେଶୀ ମାନଙ୍କ ପାଇଁ ବିଶେଷ ଆକର୍ଷଣ ହେବ ବୋଲି ଆଶା ରଖିଛନ୍ତି ଚିତ୍ରଶିଳ୍ପୀ l

ହକି ବିଶ୍ୱକପର ପ୍ରଥମଥର ସଫଳ ଆୟୋଜନ ପରେ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପର ଆୟୋଜନ କରୁଛି l ରାଉରକେଲା ସହ ଭୁବନେଶ୍ୱରରେ ବିଶ୍ୱକପ ଖେଳାଯିବା ପାଇଁ ବ୍ୟବସ୍ଥା ହୋଇଥିବାରୁ ଉଭୟ ସହରକୁ ଗମନାଗମନ ଓ ଅନ୍ୟାନ ସମସ୍ତ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର l ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ ଜାନୁୟାରୀ ୧୩ତାରିଖରୁ ଆରମ୍ଭ ହେଇ ୨୯ତାରିଖରେ ଶେଷ ହେବ ବହୁ ପ୍ରତିକ୍ଷିତ ହକି ବିଶ୍ୱକପ l ସେପଟେ ବିଭାଗୀୟ ମନ୍ତ୍ରୀ ଓ ହକି ଇଣ୍ଡିଆର ସଭାପତି କିପରି ସବୁ ସଠିକ ଭାବରେ ପରିଚାଳିତ ହୋଇପାରିବ ସେନେଇ ଅନୁଧ୍ୟାନ କରୁଛନ୍ତି l

ହକି ବିଶ୍ୱକପ ପାଇଁ ଉଭୟ ରାଉରକେଲା ଓ ଭୁବନେଶ୍ୱର ସମ୍ପୂର୍ଣ୍ଣ ହାଇ ଆର୍ଲଟରେ ରହିବ l ତେଣୁ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ଓ ଅନ୍ୟାନ ସୁରକ୍ଷାକର୍ମୀ ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button