ସୋନାଲି ହତ୍ୟା: ମଦରେ ମିଶା ଯାଇଥିଲା ନିଶା

Spread the love

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ନୂଆ ଖୁଲାସା। ସୋନାଲିଙ୍କ ପାନୀୟରେ ନିଶା ଦେଇ ହତ୍ୟା କରିଥିବା ମାନିଛନ୍ତି ଗିରଫ ଦୁଇ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ଓ ସୁଖବିନ୍ଦର ସିଂହ। ଗୋଆ ପୁଲିସ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସତ ମାନିଛନ୍ତି ଦୁହେଁ।

ଗୋଆ ଆଇଜିପି ଓମବୀର ସିଂହ ବିଷ୍ଣୋଇ କହିଛନ୍ତି କି, ସିସିଟିଭି ଫୁଟେଜରେ ସୁଧୀର, ସୁଖଦେବ ଓ ମୃତକ ଏକ କ୍ଲବରେ ପାର୍ଟି କରିଥିଲେ। ସେଠାରେ ସୋନାଲିଙ୍କୁ କିଛି ଜୋରଜବରଦସ୍ତି ପିଇବାକୁ ଦିଆଯାଇଥିଲା। ଉଭୟଙ୍କ ଗିରଫଦାରୀ ପରେ ଉଭୟଙ୍କୁ ଫୁଟେଜ ଦେଖାଇବା ପରେ ସେମାନେ ମାନିଥିଲେ, ସୋନାଲିଙ୍କ ମଦରେ ଜାଣିଶୁଣି ନିଶା ମିଶାଇ ଦେଇଥିଲେ।

ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ଆଗକୁ ତଦନ୍ତ ଜାରି ରଖିଛି। ମାମଲାରେ ଫରେନସିକ ସହାୟତା ନିଆଯାଉଛି। ଉଭୟକୁ ନେଇ ସିନ ରିକ୍ରିଏସନ କରାଯିବ ଓ ସେଠାରୁ ଅଧିକ ପ୍ରମାଣ ସଂଗ୍ରହ କରାଯିବ ବୋଲି ସିଂହ କହିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଶୁକ୍ରବାର ଅଟକ ରଖାଯାଇ ସାରା ରାତି ଜେରା କରିଥିଲା ପୁଲିସ। 

ବିଜେପିର ଏହି ନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କର ଅଟୋସ୍ପି କରାଯାଇଥିଲା। ଏଥିରୁ ତାଙ୍କ ଶରୀରରେ କୌଣସି ଧାରୁଆ ଅସ୍ତ୍ରରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *