ଯେତେ କହିଲେ ମଧ୍ୟ ବନ୍ଦ ହେଉନି ଶିକାର । ଚାଳିଶ କେଜି ହରିଣ ମାଂସ ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି । କୁଜଙ୍ଗ ବନବିଭାଗ ଅଧୀନରେ ଥିବା ଜଗତସିଂହପୁର ଜିଲ୍ଲା ଏରସମା ଓଲରା ହାଟ ନିକଟରୁ ଚଢାଉ କରାଯାଇ ଚୋରାଚାଲାଣ ହେଉଥିବା ଚାଳିଶ କେଜି ହରିଣ ମାଂସ ଜବତ କରିଛି ବନବିଭାଗ । କେନ୍ଦ୍ରାପଡ଼ା ଅଞ୍ଚଳର ରାମା କାମିୟା ଓ ଗଣେଶ ମଣ୍ଡଲ ଏକ ବାଇକ ସାହାଯ୍ୟରେ ବ୍ୟାଗ ଭର୍ତ୍ତି ହରିଣ ମାଂସ କୁ ନେଇ ଯାଉଥିବା ବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ପୂର୍ବରୁ ସଜାଗ ଥିବା ବନ ବିଭାଗ କର୍ମଚାରୀ ସେମାନଙ୍କୁ କାବୁ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।|ଅନେକ ସମୟରେ ବାଲିକୁଦା ଓ ଏରସମା ଅଞ୍ଚଳରୁ ହରିଣ ଶିକାର କରି କିଛି ଅସାଧୁ ଶିକାରୀ କେନ୍ଦ୍ରାପଡା ଓ ବାହାର ଜିଲ୍ଲାକୁ ଅବାଧରେ ହରିଣ ମାଂସ ଚାଲାଣ କରୁଥିବା ବେଳେ ସେହି ରାକେଟ ରେ ଥିବା ସମସ୍ତଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now