ଶାଳବା ବାଲିଘାଟରୁ ବାଲି ଉଠାଣକୁ ନେଇସପକ୍ଷ ଓ ବିପକ୍ଷ ଉଭୟ ଗୋଷ୍ଠୀ ମୁହାଁମୁହିଁ, ଘଟଣାସ୍ଥଳ ଛାଡି ପଳାଇଲା ପୁଲିସ

Spread the love

କୋରାଇ : ପାଣିକୋଇଲି ଥାନା ଅନ୍ତର୍ଗତ ବୈତରଣୀ ନଦୀର ମୂଳାପାଳ ପଞ୍ଚାୟତର ଶାଳବା ବାଲି ଘାଟରୁ ଭାରୀଯାନ ଯୋଗେ ବାଲି ପରିବହନକୁ ବିରୋଧ କରି ସରସଦା ଗ୍ରାମବାସୀ ଜୁନ ୭ ତାରିଖ ରାତ୍ରୀରୁ ପ୍ରାୟ ୨୦ରୁ ଉର୍ଦ୍ଧ ହାଇୱାକୁ ଅଟକ ରଖିଥିଲେ । ଘଟଣାସ୍ଥଳେ ରାତ୍ରୀରେ ପୁଲିସ ପହଞ୍ଚିଥିଲେ ହେଁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ । ବର୍ଷା ଦିନେ ନଦୀବନ୍ଧ ଓ ରାସ୍ତାର ସୁରକ୍ଷା ଦୃଷ୍ଟିରୁ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଦାବି କରିଥିଲେ । ଏହି ରାସ୍ତାରେ ବର୍ଷା ଦିନେ ଭାରୀଯାନ ଚଳାଚଳ ଯୋଗୁ ଯାତାୟତରେ ବାଧା ଉପୁଜିଛି । ୮ତାରିଖ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରା ପ୍ରମୁଖ ସଦଳବଳେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବାଲି ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଲିଜଧାରୀ ଓ ଗ୍ରାମାବସୀଙ୍କ ମଧ୍ୟରେ ସୋମବାର ଆଲୋଚନା ଓ ରାସ୍ତାର ମରାମତି ପରେ ବାଲି ଗାଡି ଚାଲିବ କି ନାହିଁ ତାହା ନିଷ୍ପତି କରାଯିବ ବୋଲି ପ୍ରତିଶ୍ରୁତି ପରେ ଗ୍ରାମବାସୀ ଅଟକାଇଥିବା ହାଇୱା ଗୁଡିକୁ ଛାଡିଥିଲେ । କିନ୍ତ କୌଣସି ଆଲୋଚନା ନହୋଇ ଆଜି ପନଃର୍ବାର ବାଲିଗାଡି ଚଳାଚଳକୁ କିଛି ଲୋକ ବିରୋଧ କରିଥିଲେ । ସପକ୍ଷବାଦୀମାନେ ସେଠାରେ ପହଂଚିବାରୁ ଉଭୟଙ୍କ ମଧ୍ୟରେ ମୁହାଁ ମୁହଁ ପରିସ୍ଥିତି ସୃଷ୍ଟି ହୋଇଛି । ସପକ୍ଷବାଦି ବାଲି ଚଳାଇବାକୁ ଜିଦ ଧରିଥିବା ବେଳେ ବିପକ୍ଷବାଦୀ ଗାଡି ନଛାଡିବା ଜିଦରେ ଅଟକ ରହିଛନ୍ତି । ପରିସ୍ଥିତି ଉପରେ ପୁଲିସ ନଜର ରଖିଥିଲା ।  ପ୍ରଶାସନର ଦୋମୁହାଁ ନିଷ୍ପତି ଯୋଗୁ ନିଜ ନିଜ ମଧ୍ୟରେ ଏଭଳିି ଘଟରା ଦେଖିବାକୁ ମିଳିଛି । ଖବର ଲେଖା ହେବା ବେଳକୁ ଉଭୟ ଗୋଷ୍ଠୀ  ଗଣ୍ଡଗୋଳ ପାଇଁ ଠେଙ୍ଗା ବାଡି ଧରି ପ୍ରସ୍ତୁତ ଥିବାବେଳେ ପୁଲିସ ଅସମର୍ଥ ପ୍ରକାଶ କରି ହୋଇ ଘଟଣାସ୍ଥଳୁ ପେରିଆସିଛି ।

Leave a Reply

Your email address will not be published. Required fields are marked *