ଶାହାରୁଖ ଖାନଙ୍କ ଘର ଭଡା ରେ ମିଳିବ,,,ଦେଖନ୍ତୁ କଣ ରହିଛି ସର୍ତ୍ତ

Spread the love

ବଲିଉଡର କିଙ୍ଗ ଶାହାରୁଖ ଖାନ୍। ସୁପରଷ୍ଟାର ଶାହାରୁଖ ଖାନଙ୍କ ଘର ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଘର ତାଲିକାରେ ଅନ୍ତର୍ଭୁକ୍ତ। ଯେଉଁମାନେ ମୁମ୍ୱାଇ ବୁଲିବା ପାଇଁ ଯାଇଥାନ୍ତି, ତାଙ୍କ ପାଇଁ କିଙ୍ଗ ଖାନଙ୍କ ବଙ୍ଗଳା କୌଣସି ଟୁରିଷ୍ଟ ସ୍ପଟ ଠାରୁ କମ୍ ନୁହେଁ। ସମସ୍ତେ ଶାହାରୁଖ ଖାନଙ୍କ ଘର ବାହାରେ ଲାଗିଥିବା ନେମ ପ୍ଲେଟ ନିକଟରେ ଫଟୋ ଉଠାଇଥାନ୍ତି। ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ ଯଦି ପ୍ରଶଂସକମାନେ ଶାହାରୁଖ ଖାନଙ୍କ ଘରେ ଏକ କଠୋରୀକୁ ଭଡାରେ ପାଆନ୍ତି ତେବେ ଏହା ସେମାନଙ୍କ ପାଇଁ କେତେ ଆନନ୍ଦଦାୟକ ଓ ଗୌରବର ବିଷୟ ହେବ? ଆଜି ଆପଣଙ୍କୁ ଆମେ ଶାହାରୁଖ ଖାନଙ୍କ ଏକ କଠୋରୀର ଭଡାର ମୂଲ୍ୟ ବିଷୟରେ କହିବାକୁ ଯାଉଛୁ।

ଶାହାରୁଖ ଖାନଙ୍କ ବଙ୍ଗଳାର ନାମ ରହିଛି ମନ୍ନତ। କିଙ୍ଗ ଖାନ ୨୦୦୧ ରେ ୧୩.୩୨ କୋଟି ଟଙ୍କାର ଲିଜରେ ମନ୍ନତକୁ କିଣିଥିଲେ। ବର୍ତ୍ତମାନ ଏହାର ଦାମ ହେଉଛି ପ୍ରାୟ ୨୦୦ କୋଟି ଟଙ୍କା। ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକମାନେ ମୁମ୍ୱାଇକୁ ଆସିଥାନ୍ତି। ଯଦି ଆପଣ ମନ୍ନତର ଏକ ଘର ଭଡାରେ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବର୍ଷ ବର୍ଷ ଧରି ରୋଜଗାର କରିଥିବା ଟଙ୍କା ଶାହାରୁଖ ଖାନଙ୍କୁ ଦେବା ପାଇଁ ପଡିବ। ଏହାର ଖୁଲାସା ନିଜେ କିଙ୍ଗ ଖାନ୍ କରିଛନ୍ତି। ୨୦୨୦ ରେ ଶାହାରୁଖ ଖାନ ଏକ ଟ୍ୱୁଟରେ ASK SRK ଅଧିବେଶନ ରଖିଥିଲେ, ଯେଉଁଥିରେ ଅନେକ ପ୍ରଶଂସକ କିଙ୍ଗ ଖାନଙ୍କୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହ ଜଡିତ ପ୍ରଶ୍ନ ପଚାରିଥିଲେ।

ଏହି ଅଧିବେଶନରେ ଜଣେ ୟୁଜର ତାଙ୍କୁ ପ୍ରଶ୍ନ କରିଥିଲେ କି, ସାର୍ ମନ୍ନତରେ ଏକ ରୁମ୍ ରେଣ୍ଟରେ ଆବଶ୍ୟକ ଓ ଏହାର ମୂଲ୍ୟ କେତେ ଆସିବ? ପ୍ରଶ୍ନ ଆଶ୍ଚିର୍ଯ୍ୟଚକିତ କରିବା ପରି ଥିଲା, କିନ୍ତୁ ଶାହାରୁଖ ଖାନ୍ ଏହାର ଉତ୍ତରରେ କହିଥିଲେ ଯେ, ୩୦ ବର୍ଷର କଠିନ ପରିଶ୍ରମର ମୂଲ୍ୟ ଦେବା ପାଇଁ ପଡିବ। ଏହି ଏକ ଲାଇନରେ ଶାହାରୁଖ ଖାନ୍ ସବୁ କିଛି କହି ଦେଇଥିଲେ। ବାସ୍ତବରେ, ମନ୍ନତ ନିଜେ ଶାହାରୁଖ ଖାନଙ୍କ ବହୁ ବର୍ଷର ସଂଘର୍ଷ ଏବଂ ପରିଶ୍ରମର ଫଳାଫଳ। ତେଣୁ କିଙ୍ଗ୍ ଖାନଙ୍କ ଏହି ଉତ୍ତରକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରିଥିଲେ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *