ଦୁଇ ମୁସଲମାନ ଯୁବକଙ୍କୁ ଜୀବନ୍ତ ଦଗ୍ଧ ମାମଲାରେ ନୂଆ ମୋଡ

Spread the love

ଚଣ୍ଡିଗଡ: ହରିଆଣାରେ ଦୁଇ ମୁସଲମାନ ଯୁବକଙ୍କୁ ଜୀବନ୍ତ ଜଳାଇବା ଘଟଣାରେ ନୂଆ ମୋଡ। ପରିବାର ବର୍ଗଙ୍କ ଅଭିଯୋଗ କି,ପୁଲିସ ଓ ବଜରଙ୍ଗ ଦଳ ଉଭୟଙ୍କୁ ଜୀବନ୍ତ ଜଳାଇଦେଇଛନ୍ତି। ବୁଧବାର ଉଭୟ ମୁସଲମାନ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ପୁଲିସ ଉଭୟଙ୍କ ବଲେରୋକୁ ଧକ୍କା ମାରି ସେମାନଙ୍କୁ ଧରିଥିଲା। ଉଭୟଙ୍କୁ ଅଧମରା ଅବସ୍ଥାବଜରଙ୍ଗ ଦଳର ମୋନୁ ମାନେସର ଓ ତାଙ୍କ ସାଥୀଙ୍କୁ ହସ୍ତାନ୍ତର କରିଥିଲା। ଯେଉଁମାନେ ଗୋତସ୍କରୀର ସନ୍ଦେହରେ ଉଭୟଙ୍କୁ ବଲେରୋ ସହ ଜୀବନ୍ତ ଜଳାଇଦେଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।

ପରିବାର ଲୋକ ଅଭିଯୋଗ କରିଛନ୍ତି କି, ପିରୋଝପୁର-ଝିରକା ସିଆଇଏ ଜୁନୈଦ ଓ ନାସିରଙ୍କ ବଲେରୋକୁ ଧକ୍କା ମାରିଥିଲା। ଏହା ପରେ ଉଭୟଙ୍କୁ ମାରି ମାରି ଗୁରୁତର ଅବସ୍ଥାରେ ଥାନାକୁ ନେଇ ଯାଇଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଦେଖି ପୁଲିସ ସେମାନଙ୍କୁ ହାଜତକୁ ନେବାକୁ ମନା କରି ଦେଇଥିଲେ। ଏହା ପରେ ସେମାନଙ୍କୁ ବଲେରୋ ସହ ପୋଡି ଦିଆଯାଇଥିଲା।

ସେପଟେ ପୁଲିସ ପରିବାର ବର୍ଗଙ୍କ ଅଭିଯୋଗକୁ ମିଛ କହିଛନ୍ତି। ସିଆଇଏର ମୁଖ୍ୟ ବୀରେନ୍ଦ୍ର ସିଂହ କହିଛନ୍ତି କି, ଏହି ମାମଲା ସହ ସେମାନଙ୍କର କୌଣସି ଦେଣନେଣ ନାହିଁ। ପୁଲିସ ମୃତକଙ୍କୁ ଧରିନି କି ବଜରଙ୍ଗ ଦଳକୁ ଦେଇ ନାହିଁ।

ସୂଚନାଯୋଗ୍ୟ, ମୃତକ ଜୁନେଦ (୩୫) ଓ ନାସିର(୨୮) ରାଜସ୍ଥାନର ଭରପୁର ବାସିନ୍ଦା। ସେମାନଙ୍କ ଘର ହରିଆଣା ସୀମାନ୍ତରେ।  ଜୁନେଦର ଦାଦା ପୁଅ ଭାଇ ବୁଧବାର ଗୋପାଳଗଡ ଥାନାରେ ଏକ ଅପହରଣ ମାମଲା ଦାୟର କରିଥିଲେ। ପୁଲିସ ଏବେ ମାମଲାର ଯାଞ୍ଚ ଚଳାଇଛି।

Leave a Reply

Your email address will not be published. Required fields are marked *