କୋଭିଡ ସ୍କାମରେ ସଞ୍ଜୟ ରାଉତଙ୍କ ଘନିଷ୍ଠ ସୁଜିତ ପାଟକରଙ୍କ ସମେତ ଦୁଇଜଣ ଗିରଫ

Spread the love

ମୁମ୍ବାଇ : କରୋନା ସମୟରେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନରେ ହୋଇଥିବା କୋଭିଡ ସ୍କାମ ଅଭିଯୋଗରେ ଇଡି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଦଳର ନେତା ସଞ୍ଜୟ ରାଉତଙ୍କ ସହଯୋଗୀ ସୁଜିତ ପାଟକର ଏବଂ କିଶୋର ବିସୁରେଙ୍କୁ ଗିରଫ କରିଛି । ଉଭୟଙ୍କ ସହ ଇଡି ଗୁରୁତ୍ୱସହ ଅନୁସନ୍ଧାନ କରୁଛି ।

ସୂଚନାନୁସାରେ, ଭାରତୀୟ ଜନତା ପାର୍ଟି (ବିଜେପି) ର ରାଜ୍ୟ ଉପାଧ୍ୟକ୍ଷ କିରିଟ ସୋମେୟା କରୋନା ସମୟରେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନରେ କୋଭିଡ ସେଣ୍ଟର କାମ ଦେବାରେ ୧୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲେ । ଇଡିଙ୍କ ପାଖରେ ପୂର୍ବରୁ କିରିଟ ସୋମେୟା ଅଭିଯୋଗ କରିଥିଲେ । ଏହା ପରେ ଇଡି ଦଳ ଲାଇଫଲାଇନ ହସ୍ପିଟାଲ ମ୍ୟାନେଜମେଣ୍ଟର ସଜିତ ପାଟକର, ଡାହିସର କୋଭିଡ ଫିଲ୍ଡ ହସ୍ପିଟାଲର ଡା. କିଶୋର ବିସୁର, ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀ ସଞ୍ଜୀବ ଜାୟ ସବାଲଙ୍କୁ ପଚରାଉଚରା କରିଥିଲେ ।  ଏହି ପଚରାଉଚରା ଆଧାରରେ ଇଡି ଦଳ ଗୁରୁବାର ସକାଳେ ସଞ୍ଜୟ ରାଉତଙ୍କ ନିକଟ ସୁଜିତ ପାଟକର ଏବଂ କିଶୋର ବିସୁରଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *