ବାଲେଶ୍ୱର ପୀଡ଼ିତା ଆତ୍ମହତ୍ୟା ମାମଲା- ୟୁଜିସି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି- ୭ ଦିନ ଭିତରେ ରିପୋର୍ଟ ତଲବ

ଏଫଏମ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଯୁଜିସି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଏହି କମିଟି ପୁରା ପ୍ରକରଣକୁ ଅନୁଧ୍ୟାନ କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତିକୁ ଏଡ଼ାଇବାକୁ କଅଣ ପଦକ୍ଷେପ ନିଆଯାଇପାରିବ, ସେ ବାବଦରେ ସୁପାରିଶ କରିବ। ୭ ଦିନ ଭିତରେ କମିଟି ରିପୋର୍ଟ ଦେବ। କଅଣ ନିର୍ଯାସ ପାଇଲା ଓ କଅଣ ସୁପାରିଶ କରିବ। ୪ ଜଣିଆ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ରାଜ କୁମାର ମିତ୍ତଲଙ୍କୁ କରାଯାଇଛି। ଦିଲ୍ଲୀର ଗୁରୁଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ୟୁନିଭରସିଟିର ପ୍ରଫେସର ଅଟନ୍ତି ରାଜ ମିତ୍ତଲ। ଏହା ସହ ୟୁଜିସିର ବି ମେମ୍ୱର ଅଛନ୍ତି। ଦୁଇ ଜଣ ସଦସ୍ୟ ହେଲେ ପ୍ରଫେସର ସୁଷମା ଯାଦବ ଓ ଡକ୍ଚର ନିରଜ ଗୁପ୍ତା। କୋର୍ଡିନେଟିଂ ଅଫିସର ଭାବେ ରହିଛନ୍ତି ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଳା। ମୋଟ୍ ୬ଟି ଦିଗକୁ ତର୍ଜମା କରିବ କମିଟି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା। ଯୌନ ନିର୍ଯାତନା ବିରୋଧୀ ସେଲକୁ ନେଇ ହୋଇଥିବା ଅଭିଯୋଗ ପ୍ରକୋଷ୍ଠର ଷ୍ଟାଟସକୁ ନିରୀକ୍ଷଣ କରିବ କମିଟି। ଛାତ୍ରୀଙ୍କ ନିରାପତ୍ତା ନେଇ ସାଇଟ୍ ଆସେସମେଣ୍ଟ ହୋଇଥିଲା କି ନାହିଁ। ଶିକ୍ଷାନୁଷ୍ଠାନର କଲଚର, ଷ୍ଟଡେଣ୍ଟ ଏକ୍ସପେରିଏନ୍ସ, ଷ୍ଟେକ୍ ହୋଲଡରଙ୍କ ସଂପୃକ୍ତି, ସପୋର୍ଟ ଷ୍ଟାଫ୍, ଫ୍ୟାକଲଟି ଆଡମିନିଷ୍ଟ୍ରେଟର ଓ ଆସୁଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ କି ନୀତି ଅଛି। ଭବିଷ୍ୟତରେ ଏଭଳି ଅଘଟଣକୁ ଏଡ଼ାଇବାକୁ କି ପଦକ୍ଷେପ ନିଆଯାଇପାରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *