ଜଳେଶ୍ବର କୁ ସବଡଭିଜନ ମାନ୍ୟତା ଦାବି ରେ ସଚେତନ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ୮ ଘଣ୍ଟିଆ ଜଳେଶ୍ବର ବନ୍ଦ ଡାକରା

Spread the love

ଜଳେଶ୍ବର : ଜଳେଶ୍ବର କୁ ସବଡଭିଜନ ମାନ୍ୟତା ଦାବି ରେ ସଚେତନ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ସକାଳା ୭ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ଜଳେଶ୍ବର ବନ୍ଦ ଡାକରା ଦିଆ ଯାଇଛି । କେବଳ ଜରୁରୀ କାଳୀନ ସେବା ବ୍ଯତୀତ ଜଳେଶ୍ବର ପୌରପରିଷଦରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ଯାଳୟ, ବ୍ୟାଙ୍କ, ଦୈନିକ ହାଟ ସମେତ ସମସ୍ତ ଦୋକାନ ବଜାର ଏବଂ ବସ, ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜଳେଶ୍ୱର ସହରର ନୂଆବଜାର, ବ୍ଲକ ବଜାର, ବଡ଼ ବଜାର, ହାଟ ଛକ, ଷ୍ଟେସନ ବଜାର ଆଦି ଛକ ଜାଗାରେ ବନ୍ଦ କାରୀ ମାନେ ବନ୍ଦ କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜଳେଶ୍ବରର ସଚେତନ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ସବଡିଭିଜନ ମାନ୍ଯତା ପ୍ରଦାନ ପାଂଇ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯିବା ସହିତ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଯେଶରେ ୧୦ ହଜାର ଲୋକଙ୍କ ଦସ୍ତଖସ୍ତ ସମ୍ବଳିତ ଦାବିପତ୍ର ଜଳେଶ୍ବର ତହସିଲଦାରଙ୍କ ଜରିଆରେ  ପ୍ରଦାନ କରା ଯାଇଥିଲା । ଆଜି ଶହ ଶହ  ଛାତ୍ର ଏବଂ ଅଞ୍ଚଳବାସୀ ଏହି ବନ୍ଦରେ ସାମିଲ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଜଳେଶ୍ବର, ଭୋଗରାଇ,ବସ୍ତା ଓ ବାଲିଆପାଳ ବ୍ଲକକୁ ନେଇ ଜଳେଶ୍ବରକୁ ସବଡିଭିଜନ ମାନ୍ଯତା ପ୍ରଦାନ କରିବା ପାଂଇ 1997 ମସିହା ଠାରୁ ଅଞ୍ଚଳବାସୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି, ସବଡିଭିଜନ ମାନ୍ଯତା ପାଂଇ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ ବାରମ୍ବାର ଦାବି ସତ୍ବେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଜଳେଶ୍ବରର ସଚେତନ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ଏହି ବନ୍ଦ ଡାକରା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *