ଅନ୍ଧ ବିଶ୍ୱାସର କରୁଣ ପରିଣତି, ଡାହାଣୀ ସନ୍ଦେହରେ କକା ଶ୍ୱଶୁର ପୁତୁରାବୋହୂଙ୍କୁ ତୀର ମାରିଲେ

Spread the love

ବାରିପଦା : ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ କକା ଶ୍ୱଶୁର ତାଙ୍କ ପୁତୁରାବୋହୂଙ୍କୁ ତୀର ମାରିଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ଗୁରୁତର ଅବସ୍ଥାରେ ପୁତୁରାବୋହୂଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅପରପକ୍ଷରେ ବିଶୋଇ ପୁଲିସ ଏନେଇ ଏକ ମାମଲା ରୁଜୁ କରି ରାଧାନଗର ଗ୍ରାମର ଅଭିଯୁକ୍ତ କକାଶ୍ୱଶୁର ରରୁମନ ପୂର୍ତି(୬୩) କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି । ଆହତ ଜଣକ ହେଲେ ନୁଗୁରାମଙ୍କ ପତ୍ନୀ ଶୁକ୍ରମଣି(୩୧) ।

Leave a Reply

Your email address will not be published. Required fields are marked *