ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ଅପ୍ରାକୃତିକ ଯୌନ ଶୋଷଣ

Spread the love

ଗାନ୍ଧୀନଗର: ଗୁଜୁରାଟ ରାଜକୋଟ ସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଆସିଛି ଲଜ୍ଜାଜନକ ଖବର। ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ ଗାଧୋଇବା ସମୟର ଭିଡିଓ କରି ସିନିୟରମାନେ ତାଙ୍‌କୁ ବ୍ଲାକ ମେଲ କରିବା ସହ ତାଙ୍କର ଯୌନ ଉତ୍ପୀଡନ କରିଛନ୍ତି। ଛାତ୍ରର ପ୍ରାଇଭେଟ ପାର୍ଟରେ ସାନିଟାଇଜର ମହୁ ଢାଳିବା ସହ ଟୁଥ ପେଷ୍ଟ ଭର୍ତ୍ତି କରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ଛାତ୍ରଙ୍କ ସହ ୫ ଜଣ ଏହିଭାବେ ଉତ୍ପୀଡନ କରିବା ନେଇ ଅଭିଯୋଗ ପରେ ପୁଲିସ ଯାଞ୍ଚ କରୁଛି।

ପୁଲିସ ମୁତାବକ, ପୀଡିତ ୧୯ ବର୍ଷର ଛାତ୍ରର ପିତା କୁଭାଡଭା ରୋଡ ଥାନାରେ ୫ ଜଣ ଛାତ୍ରଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି, ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଛାତ୍ର ନାବାଳିକ ଥିବାରୁ ତାକୁ ଗିରଫ କରାଯାଇ ନାହିଁ। ପୀଡିତ ଛାତ୍ର ବିବିଏ ପ୍ରଥମ ବର୍ଷର ଛାତ୍ର।

ସୂଚନା ମୁତାବକ, ପୀଡିତ ଛାତ୍ର ୨୦ ତାରିଖରେ ଘରକୁ ଫୋନ କରି ବଡ ଭଉଣୀଙ୍କୁ ହଷ୍ଟେଲରେ ରହିବେ ନାହିଁ କହିଥିଲେ ଓ କାନ୍ଦିଥିଲେ। ଭାଇର ବ୍ୟବହାର ନେଇ ସନ୍ଦେହ ହେବାରୁ ତାଙ୍କ ପରିବାର ହଷ୍ଟେଲରେ ପହଞ୍ଚିଥିଲେ। ସେଠାରେ ଛାତ୍ର ଜଣାଇଥିଲା କି, ସେ ଗାଧୋଉଥିବା ବେଳେ ତାର ଭିଡିଓ କରି ୫ ଜଣ ସିନିୟର ତାକୁ ବ୍ଲାକ ମେଲ କରିଥିଲେ। ପୀଡିତ ଆଗରେ ୩ଟି ବିକଳ୍ପ ଉପସ୍ଥାପନ କରିଥିଲେ ଭିଡିଓ ଭାଇରାଲ ନ କରିବାକୁ। ପ୍

ପ୍ରଥମ ବିକଳ୍ପରେ ତାର ପ୍ରାଇଭେଟ ପାର୍ଟ କାଟିବାକୁ କୁହାଯାଇଥିଲା, ଦ୍ବିତୀୟରେ ତାଙ୍କୁ ନିଜର କାନ କାଟ ନହେଲେ ହଷ୍ଟେଲ ଛାତରୁ ଡେଇଁବାକୁ କୁହାଯାଇଥିଲା। ଏହା ଶୁଣା ଛାତ୍ର ଭୟରେ କାନ୍ଦିଥିଲେ। ତେଣୁ ସେମାନେ ୪ର୍ଥ ବିକଳ୍ପ ଦେଇଥିଲେ ଓ ତାଙ୍କୁ ମାନସିକ ଉତ୍ପୀଡନ ସହ ତାଙ୍କର ଅପ୍ରାକୃତିକ ଯୌନ ଶୋଷଣ କରିଥିଲେ। ପୁଲିସ ପୀଡିତଙ୍କ ଡାକ୍ତରୀ ମାଇନା ପାଇଁ ପଠାଇ ଦେଇଛି।

Leave a Reply

Your email address will not be published. Required fields are marked *