ପେଶାରେ ଡାକ୍ତର। କିନ୍ତୁ ନିଜକୁ ଟ୍ରାନ୍ସଜେଣ୍ଡର କହି ପର୍ଣ୍ଣ ଭିଡ଼ିଓ ସୁଟ୍ କରନ୍ତି। ନାଁ ହେଲା ବରୁଣେଶ ଦୁବେ। କିନ୍ତୁ ଫେସବୁକରେ ମୀନା ରାୟ ନାଁରେ ଆକାଉଣ୍ଟ ଖୋଲିଛନ୍ତି। ୟୁପିର ସନ୍ଥ କବୀରନଗରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଖୋଦ ଡାକ୍ତରଙ୍କ ପତ୍ନୀ ଏ ଗୁମର ଖୋଲି ଥାନାରେ ଏତଲା ଦେଇଛନ୍ତି। ସରକାରୀ ହସ୍ପିଟାଲର ଡାକ୍ତର ଦୁବେ ହସ୍ପିଟାଲ ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରେ ହିଁ ଏକ ଷ୍ଟୁଡ଼ିଓ କରି ଏଭଳି ଘୃଣ୍ୟ କାମରେ ଲିପ୍ତ ଅଛନ୍ତି ବୋଲି ଆରୋପ ଲଦିଛନ୍ତି ପତ୍ନୀ। ଆଉ ଜଣେ ଯୁବକ ସହ ପର୍ଣ୍ଣ ଭିଡ଼ିଓ କରି ସୋସିଆଲ ମିିଡ଼ିଆରେ ସେୟାର କରନ୍ତି। ପତ୍ନୀ ଯେତେବେଳେ ଇଣ୍ଟରନେଟରେ ଏହା ଦେଖିଲେ, ତାଜୁବ୍ ହୋଇଗଲେ। ଏହାକୁ ବିରୋଧ କରିବାରୁ ପତ୍ନୀଙ୍କୁ ମାଡ଼ ମାରିଥିଲେ ଡାକ୍ତର। ଘର ଲୋକେ ଯେତେବେଳେ ପଚାରିବାକୁ ପହଞ୍ଚିଥିଲେ, ଡାକ୍ତର ପତ୍ନୀଙ୍କ ଭାଇ ଓ ବାପାଙ୍କ ସହ ହାତାହାତି ହେବାର ଭିଡ଼ିଓ ସାମ୍ନାକୁ ଆସିଛି। ସିସିଟିଭିରେ ଏହା କଏଦ ହୋଇଛି। ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର ବରୁୃଣେଶ। ଏଆଇ ରୁ ଏଡିଟ୍ ହୋଇଛି ବୋଲି ସଫେଇ ଦେଇଛନ୍ତି। ତାଙ୍କ ପତ୍ନୀଙ୍କ ଭାଇ ସଫ୍ଟଓ୍ୱେର ଇଞ୍ଜିନିୟର। ସେ ହିଁ ଏଆଇରୁ ଏଭଳି ଭିଡିଓକୁ ଏଡିଟ୍ କରିଛନ୍ତି। ଯେମିତିକି ସେ ମାନସିକ ସ୍ତରରେ ଭାଙ୍ଗିଯିବେ ଓ ଆତ୍ମହତ୍ୟା କରିଦେବେ। ୧୦ ବର୍ଷ ଧରି ସମ୍ପର୍କରେ ରହିବା ପରେ ୨୦୧୮ରେ ବିବାହ କରିଥିଲେ ବରୁଣେଶ ଓ ତାଙ୍କ ପତ୍ନୀ। ପତ୍ନୀଙ୍କ ଅଭିଯୋଗକ୍ରମେ ଖଲିଲାବାଦ କୋତଓ୍ୱାଲି ଥାନାରେ ଏତଲା ରୁଜୁ ହୋଇଛି। ସରକାରୀ କ୍ୱାର୍ଟର୍ସକୁ ସିଲ୍ କରାଯାଇଛି। ଯେଉଁଠି ଡାକ୍ତର ସିକ୍ରେଟ ଷ୍ଟୁଡ଼ିଓ କରିଥିଲେ। ପୁଲିସ ସମସ୍ତ ଅଶ୍ଳୀଳ ଭିଡିଓକୁ ଯାଞ୍ଚ ଲାଗି ପଠାଇଛି। ସେପଟେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାମାନୁଜ କନୌଜିଆ ବିଭାଗୀୟ ତଦନ୍ତ ଲାଗି ୩ ଜଣିଆ କମିଟି ଗଠନ କରିଛନ୍ତି। ସପ୍ତାହକ ଭିତରେ ତଦନ୍ତ କମିଟି ରିପୋର୍ଟ ଦାଖଲ କରିବ। ଡାକ୍ତର ବରୁଣେଶ ଖଲିଲାବାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଅଛନ୍ତି। ତାଙ୍କ ପତ୍ନୀ ଗୋରଖପୁରରେ ରୁହନ୍ତି। ୧୦ ଦିନ ପୂର୍ବରୁ କିଛି ଅଶ୍ଲୀଳ ଭିଡ଼ିଓ ସେ ଇଣ୍ଟରନେଟରେ ଦେଖିବାକୁ ପାଇଥିଲେ। ଯେଉଁଥିରେ ତାଙ୍କ ସ୍ୱାମୀ ମହିଳା ବେଶରେ ଜଣେ ପୁରୁଷ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ। ଏହି ଭିଡ଼ିଓକୁ ଏକ ପେଡ୍ ଓ୍ୱେବସାଇଟରେ ଅପଲୋଡ ହୋଇଥିଲା। ଯାହାକୁ ଦେଖିବାକୁ ଆଗ ଟଙ୍କା ପୈଠ କରିବାକୁ ପଡ଼େ। ଏ ଭିଡ଼ିଓ ତାଙ୍କରି କ୍ୱାର୍ଟରରେ ହିଁ ହୋଇଥିବା ଦାବି କରିଛନ୍ତି ପତ୍ନୀ। କାରଣ ଭିଡିଓରେ ଥିବା ଓ୍ୱାଲପେପର, ବେଡର ସାଜସଜ୍ଜା ସେ ନିଜେ ଅନଲାଇନରେ ଅର୍ଡର କରି ଲଗାଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now