ଭୁବନେଶ୍ବର: ବେଗୁନିଆ ତହସିଲଦାର ୪୫ ହଜାର ଲାଞ୍ଚ ନେଉଥିବା ବେଳେ ରେଡ଼ ହ୍ୟାଣ୍ଡେଡ଼ ଧରିଥିଲା ଭିଜିଲାନ୍ସ। ଆଜି ଆଉ ଜଣେ ପୋଲିସ ବାବୁଙ୍କ ଫ୍ଲାଟ, ପ୍ଲଟ, ବ୍ୟାଙ୍କ ବ୍ଲାଲାନ୍ସ ଦେଖି ଜଳକା ହୋଇଛି ଭିଜିଲାନ୍ସ ।
ଏ ବାବୁ ଜଣଙ୍କ ହେଉଛନ୍ତି ତମାଣ୍ଡୋ ଥାନାର କୋଟିପତି ସବ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ। ବେଗୁନିଆ ତହସିଲଦାର ୪୫ ହଜାର ଲାଞ୍ଚ ନେଉଥିବା ବେଳେ ରେଡ଼ ହ୍ୟାଣ୍ଡେଡ଼ରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୋଲିସ ବାବୁ । ଆଉ ତାଙ୍କ ସମ୍ପତ୍ତିର ଲିଷ୍ଟ ଦେଖି ତାଜୁବ ଭିଜିଲାନ୍ସ ଅଧିକାରୀ । ରାଜଧାନୀ ପାଇକନଗର ର ୧୦ ହଜାର ସ୍କୋୟାର ଫୁଟରେ ଏହି ନିର୍ମିତ କୋଠାକୁ ଦେଖି କରିତକର୍ମାଙ୍କ ସମ୍ପର୍କରେ ଅନୁମାନ କରିପାରୁଥିବେ। ୩ ଜଣ ଡିସିପିଙ୍କ ନେତୃତ୍ୱରେ ହୋଇଥିବା ନୟାଗଡ଼ ନଛିପୁର, ତମାଣ୍ଡୋ ଥାନାରେ ଚଢ଼ାଉ ହୋଇଛି । ବାବୁଙ୍କର ୧୪ ଆକାଉଣ୍ଟ ରେ ୭୯ ଲକ୍ଷ ଟଙ୍କା, ନଗଦ ଲକ୍ଷେ ୭୫ ହଜାର ଠାବ ହୋଇଛି। ରାଜଧାନୀରେ ୭ ପ୍ଲଟ ସାଙ୍ଗକୁ ବାବୁଙ୍କର ଗାଁ ସମ୍ପତ୍ତିକୁ ସ୍କାନରକୁ ନେଇଛି ଭିଜିଲାନ୍ସ।
ସେହିପରି ଗତକାଲି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ରେଡ଼ ହ୍ୟାଣ୍ଡେଡ଼ ଧରାପଡିଛନ୍ତି। ଚାଷ ଜମିକୁ ଘରବାଡି ରେ କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳିଙ୍ଗବିହାର ଘରୁ ଧରାହେଇଥିଲେ ବାବୁ। ଭିଜିଲାନ୍ସର ୪ଜଣିଆ ଟିମ୍ ବେଗୁନିଆ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟରେ ଭିଜିଲାନ୍ସ ରାତିସାରା ନଥିପତ୍ର ଯାଂଚ କରିବା ସହ ଆୟ ବହିର୍ଭୁତ ସମ୍ପତ୍ତିର ଖୋଳତାଡ଼ କରିଛି । 5-T ଓ ମୋ ସରକାର ଲାଗୁ ହେବା ପରେ ରାଜ୍ୟରେ ସ୍ୱଚ୍ଛତା ର ପ୍ରତିଫଳନ ହେଉଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ।
୨୦୨୨ ଜାନୁଆରୀ ୧ ରୁ ଆଜି ମଧ୍ୟରେ ୧୨୦ ଜଣଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୨୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।
ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now