ଛାତରୁ ଫିଙ୍ଗିଦେଲେ ପୁଳାପୁଳା ଟଙ୍କା- ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଯନ୍ତ୍ରୀଙ୍କ ଘରୁ ପୁଳା ପୁଳା ଟଙ୍କା ଓ ଅଳଙ୍କାର ଦେଖି ଭିଜିଲାନ୍ସର ଆଖି ଜଳକା। ଭୁବନେଶ୍ୱର ଆରଡବ୍ଲୁ ଡିଭିଜନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଟଙ୍କାର ପାହାଡ଼ ଦେଖିବାକୁ ମିଳିଛି। ଭିଜିଲାନ୍ସକୁ ଦେଖି ପୁଳା ପୁଳା ୫ଶହ ଟଙ୍କିଆ ନୋଟ୍ ବାହାରକୁ ଫିଙ୍ଗି ଦେଇଥିଲେ ଯନ୍ତ୍ରୀ ବାବୁ। ଭୁବନେଶ୍ୱର ଫ୍ଲାଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବାବୁଙ୍କ ଘରେ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ଟେରା ହୋଇଯାଇଛି। ଟଙ୍କା ଗଣି ଗଣି ବି ଭିଜିଲାନ୍ସ ହାଲିଆ ହୋଇଗଲାଣି। ଶେଷରେ ଟଙ୍କା ଗଣା ମେସିନ୍ ଆଣିବାକୁ ବାଧ୍ୟ ହୋଇଛି ଭିଜିଲାନ୍ସ। ଏଯାଏଁ ମିଳିଲାଣି ୨ କୋଟିରୁ ଅଧିକ ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଡବ୍ଲୁ ଡିଭିଜନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭୋରରୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ବୈକୁଣ୍ଠଙ୍କ ଅନୁଗୁଳ ଜିଲ୍ଲାରେ ଥିବା ଘର ସମେତ ଭୁବନେଶ୍ୱର, ପୁରୀର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଅନୁଗୋଳ କାରଡ଼ାଗାଡିଆ ସ୍ଥିତ ବାସଭବନ ସମେତ ଲୋକେଇପଶି, ମାଟିଆସାହି ଓ ଶିକ୍ଷକପଡ଼ାରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱରରେ ଥିବା ଅଫିସ ଓ ଡୁମଡୁମାରେ ଥିବା ଫ୍ଲାଟ ସମେତ ପୁରୀ ଜିଲ୍ଲା ପିପିଲିର ଶିଉଳାରେ ଫ୍ଲାଟରେ ଚଢ଼ାଉ ଜାରି ରହିଛି। ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଭିଜିଲାନ୍ସର ୮ଜଣିଆ ଟିମ୍ ଚଢ଼ାଉରେ ସାମିଲ୍ ହୋଇଛନ୍ତି। ମୁଖ୍ୟଯନ୍ତ୍ରୀଙ୍କର ଅନୁଗୋଳସ୍ଥିତ ବାସଭବନରୁ ୧.୧ କୋଟି ନଗଦ ଟଙ୍କା ମିଳିଥିବା ବେଳେ ଭୁବନେଶ୍ୱରସ୍ଥିତ ବାସଭବନରୁ ୧ କୋଟି ଟଙ୍କା ଜବତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *