ପାଲଲହଡ଼ା ଅଲେଖ ମହିମା ମଠ ନାଁ ରେ ମିଥ୍ୟା ଖବର ପ୍ରସାରଣ ପାଇଁ ପ୍ରତିବାଦ, ବିଡିଓ ଙ୍କୁ ଫେରାଦ ହେଲେ ଅଲେଖ ମହିମା ବାବା ଓ ଗ୍ରାମବାସୀ

Spread the love

ପାଲଲହଡ଼ା : ବିବାଦରେ ଅଲେଖ ମହିମା ମଠ । ମଠ ନିର୍ମାଣ କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା , ଜଙ୍ଗଲ ଜମିରେ ନିର୍ମାଣ ହୋଇ ଥିବା ଅର୍ଦ୍ଧ ନିର୍ମିତ ଗୃହ କାହାର ? ବ୍ଲକ ପ୍ରଶାସନ କାହା ସ୍ୱାର୍ଥରେ ଜଙ୍ଗଲ ଭିତରେ ନିର୍ମାଣ କରିଛି ଗୃହ ? ଏହି ସବୁ ତମାମ ଖବରକୁ ନେଇ କିଛି ଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା, ଏହି ଖବର ପ୍ରସାରଣ ଭିତ୍ତି ହୀନ ବା ପ୍ରାୟୋଜିତ ବୋଲି ଦର୍ଶାଇ ପ୍ରତିବାଦର ସ୍ୱର ଉଠାଇଲେ ଅଲେଖ ମହିମା ବାବା ଓ ଗାଁ ଲୋକେ l

ଏମିତି କିଛି ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଝାରବେଡା ପଞ୍ଚାୟତର ଟେଣ୍ଟେଇନାଳୀ ଗ୍ରାମରୁ l ତେବେ ତିନିଦିନ ତଳେ ଅଲେଖ ମହିମା ଧର୍ମର ବାବା ମାନେ ଓ କିଛି ଗ୍ରାମବାସୀ ଆସି ତାଙ୍କ ମଠ ବିରୋଧରେ ମିଥ୍ୟା ତଥ୍ୟ ପରିବେଷଣ କରାଯାଇଥିବା ଅଭିଯୋଗ କରି ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ I ସୂଚନା ଅନୁସାରେ କିଛି ଦିନ ପୂର୍ବେ ଏକ ଗଣମାଧ୍ୟମରେ ଜଙ୍ଗଲ ମଝିରେ ମଠ ନାଁ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ନାଏକଙ୍କ ସ୍ଵାମୀ ନବକିଶୋର ନାଏକ ଏକ ଘର ନିର୍ମାଣ କରି ସରକାରୀ ଅର୍ଥ ମଠ ନାଁ ରେ ହରିଲୁଟ କରିଥିବା ଖବର ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଟେଣ୍ଟେଇନାଳୀ ଗ୍ରାମ ବାସୀଙ୍କ ସମେତ ମଠର ବାବା ମାନେ ବିଡିଓଙ୍କୁ ଲିଖିତ ପ୍ରତିବାଦ ପତ୍ର ଦେଇ ଅଭିଯୋଗକୁ ମିଥ୍ୟା ବୋଲି କହି ଲିଖିତ ଭାବରେ ପ୍ରଦାନ କରିଥିଲେ I ସେମାନଙ୍କ କହିବା କଥା ମହିମାଧର୍ମି ବାବା ମାନେ ସତୁରି ଅଶୀ ଦଶକରୁ ବାବା ଭୀମ ଦାଶ ବୋଲି ଜଣେ ମହିମା ଧାର୍ମାବଲମ୍ବି ସେହି ଜାଗାରେ ଏକ ଝୁମ୍ପୁଡି କରି ମଠ ପ୍ରତିଷ୍ଠା କରିଥିଲେ, ପରବର୍ତ୍ତୀ ସମୟରେ ଏହି ମଠ ଜାଗାରେ ଅଲେଖ ମହିମା ଯଜ୍ଞ ଗ୍ରାମରେ ହୋଇଆସୁଅଛି । ବାବାଙ୍କ ମୃତ୍ୟୁ ପରେ ବେଳେବେଳେ ତାଙ୍କ ଶିଷ୍ୟ ମାନେ ଆସିଥାନ୍ତି ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ମଠ ଟି ଧୂଳିସାତ୍ ହୋଇଗଲା। ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ ଆଗରୁ କେହି କର୍ଣ୍ଣପାତ କରୁନଥିଲେ । ଗତ 2022-23 ଆର୍ଥିକ ବର୍ଷରେ ବ୍ଲକ ଅଧକ୍ଷ୍ୟାଙ୍କ ଜରିଆରେ 5 ଲକ୍ଷ ଟଙ୍କା ଅନୁଦାନରେ ଏଠାରେ ଏକ ମଠ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଯାହାକି ଅର୍ଥାଭାବରୁ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ହୋଇପାରିନାହିଁ । ତେଣୁ ଗଣମାଧ୍ୟମରେ ଯେଉଁମାନେ ଏଠାରେ କେବେ ମଠ ନଥିଲା କହିଛନ୍ତି ସେମାନେ ଗାଁ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଏବଂ ତାଙ୍କର ଅଭିଯୋଗ ତଥ୍ୟ ବିହୀନ ବୋଲି ପ୍ରକାଶ କରିଥିଲେ I

ବିଡିଓ ଦିଲୀପ କୁମାର ବାଡାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ଗଣମାଧ୍ୟମରୁ ଦେଖିଥିଲି ଏବଂ ବର୍ତ୍ତମାନ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପାଇଛି, ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ I ତେବେ ପ୍ରଶାସନର ତଦନ୍ତ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି l

Leave a Reply

Your email address will not be published. Required fields are marked *