ତାଳଚେର ମା ହିଙ୍ଗୁଳା ସିକ୍ୟୁରୀଟି ସଙ୍ଘ ପକ୍ଷରୁ ୫ ଦଫା ଦାବି ନେଇ ଜଗନ୍ନାଥ ମହାପ୍ରବନ୍ଧକଙ୍କ ଅଫିସ ସମୁଖଃରେ ଧାରଣା

Spread the love

ତାଳଚେର : ତାଳଚେର ମା ହିଙ୍ଗୁଳା ସିକ୍ୟୁରୀଟି ସଙ୍ଘ ପକ୍ଷରୁ ୫ ଦଫା ଦାବି ନେଇ ଜଗନ୍ନାଥ ମହାପ୍ରବନ୍ଧକଙ୍କ ଅଫିସ ସମୁଖଃରେ ଧାରଣା ଦିଆଯାଇଛି । ସୂଚନା ଅନୁସାରେ  MCL ରେ କାର୍ଯ୍ୟରତ ଠିକା ସୁରକ୍ଷାକର୍ମଚାରୀ ମାନଙ୍କୁ S.I.S  ସୁରକ୍ଷା ସଂସ୍ଥା ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉନଥିବା ବେଳେ ମୁଖ୍ୟତଃ ମାସିକ ଦରମାରୁ ତିନି ଶହ ଟଙ୍କା କୌଣସି କାରଣ ନଥାଇ କାଟିବା, E.S.I ମେଡିକାଲ କାର୍ଡ ଦିଆନଯିବା ଓ ସୁରକ୍ଷା ଉପକରଣ ସୁରକ୍ଷା କର୍ମଚାରୀଙ୍କୁ ପ୍ରଦାନ କରାନଯିବା  ଆଦି ବିଭିନ୍ନ ଦାବି ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବରୁ ଏ ନେଇ MCL ର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବାରୁ ଆଜି ଧାରଣାରେ ବସିବା ସହ ଖୁବ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନହେଲେ  ଆନ୍ଦୋଳନକୁ ଜୋରଦାର କରାଯିବା ସହ ଖଣି ଖାଦାନ ଗୁଡିକୁ ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *