ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା

Spread the love

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏକ ପରମ୍ପରାରେ ପରିଣତ ହେଲାଣି ଯେମିତି। ଚଳିତ ବର୍ଷ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାର ପ୍ରଭାବ ଏବେଠାରୁ ଦେଖାଦେଲାଣି। ଗୁରୁବର ପୂର୍ବ ବର୍ଧମାନ ଜିଲ୍ଲାର କେତୁଗ୍ରାମରେ ଏକ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଟିଏମସି ନେତା ଦୁଲାଲ ଶେଖ ଅମଗରିୟା ବଜାରରେ ଚା ପିଉଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି  ତାଙ୍କୁ ଗୁଳିକରିଥିଲେ।ଗୁଳିମାଡ ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ଶେଖ ଗୋଡି ବାଲି ଓ ଘର ତିଆରି ସାମଗ୍ରୀର ସପ୍ଲାଇ କରୁଥିଲେ।

ଶେଖଙ୍କ ହତ୍ୟା ପରେ ତାଙ୍କ ପୁଅ କହିଛନ୍ତି କି, ଟିଏମସିର ବିରୋଧୀ ଗୋଷ୍ଠୀ ପକ୍ଷରୁ ତାଙ୍କ ପିତାଙ୍କୁ ଧମକ ଦିଆଯାଉଥିଲା। ସେପଟେ ଏହା ଉପରେ ଟିଏମସିର ପ୍ରଦେଶ ଉପସଭାପତି ଜୟ ପ୍ରକାଶ ମଜୁମଦାର କହିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ଓ ସିପିଆଇ ଏମ ପକ୍ଷରୁ ଟିଏମସିର ପ୍ରଭାବଶାଳୀ ନେତାଙ୍କୁ ମାରିବାର ଷଡଯନ୍ତ୍ର କରୁଛନ୍ତି। ଏହି ଷଡଯନ୍ତ୍ରରେ ଶେଖଙ୍କ ହତ୍ୟା ହୋଇଛି କି ନାହିଁ ତାର ତଦନ୍ତ ହେବ।

ଏହି ଘଟଣାରେ ବିଜେପି ପ୍ରବକ୍ତା ସାମିକ ଭଟାଚାର୍ଯ୍ୟ କହିଛନ୍ତି, ଟିଏମସି ଭିତରେ ଅନ୍ତଦ୍ବର୍ନ୍ଦ୍ବ ଲାଗିରହିଛି ଓ ପରସ୍ପର ଭିତରେ ଆକ୍ରମଣ ପ୍ରତିଆକ୍ରମଣ ହେଉଛି। ଟିଏମସି ପଶ୍ଚିମ ବଙ୍ଗକୁ ଯୁଦ୍ଧ ମୈଦାନ କରିବାକୁ ଚାହୁଁଛି। ସେପଟେ ସିପିଆଇ ଏମର କେନ୍ଦ୍ରୀୟ କମିଟିର ସଦସ୍ୟ ସୁଜନ ଚକ୍ରବର୍ତ୍ତୀ କହିଛନ୍ତି, ଟିଏମସି କାର୍ଯ୍ୟକର୍ତ୍ତା ଓ ନେତା ଏବେ ବାଲି ଖନନ, କଳାବଜାରୀ ମୁଦ୍ଦାକୁ ନେଇ ପରସ୍ପର ସହ ଲଢୁଛନ୍ତି। ନିର୍ବାଚନ ପାଖେଇବା ସହ ଏପରି ଘଟଣା ବଢିବ।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *