ସ୍କୁଲ ପରିସରରେ କାରରେ ନିଆଁ ଲଗାଇଲା ଦୁର୍ବୃତ୍ତ

Spread the love

ଜୟପୁର: ବିଳମ୍ବିତ ରାତିରେ କାରରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ଜୟପୁର ଟାଉନ ତାରିଣି ଛକ ନିକଟରେ ଥିବା ଜଗଦିଶ ଚନ୍ଦ୍ର ନାୟକ ଉଚ୍ଚ ବିଦ୍ୟାଳୟ ପରିସରେ। ସୂଚନା ଅନୁସାରେ ହେମଲତା ଟାକରି ଦୀର୍ଘ ଦିନରୁ ଜଗଦିଶ ଚନ୍ଦ୍ର ନାୟକ ଉଚ୍ଚବିଦ୍ୟାଳୟ ପିଅନ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ସେହି ବିଦ୍ୟାଳୟ ପରିସରରେ ସହ ପରିବାର ନେଇ ରହୁଥିଲେ। ଏବଂ ଗୋଟେ ସେକେଣ୍ଡହେଣ୍ଡ କାରଟିଏ କିଣିଥିଲେ। କାରଟିକୁ ସ୍କୁଲ ପରିସରରେ ଥିବା ନିଜ ବାସ ଘର ସମ୍ମୁଖରେ ରଖୁଥିଲେ।

ହେଲେ କେହି ଜଣେ ଦୁର୍ବୃତ୍ତ ରାତି ୨ଟାରେ ଆସି କାରକୁ ପଥର ମାରିବା ସହିତ ନିଆଁ ଲଗାଇଦେଇଥିଲା। ପରେ ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ ହେମଲତା। ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ପୋଲିସ।

Leave a Reply

Your email address will not be published. Required fields are marked *