ସ୍ୱାମୀକୁ କୁରାଢୀରେ ହାଣିଲା ସ୍ତ୍ରୀ

Spread the love

ଭୋପାଲ: ସିଙ୍ଗ୍ରାଉଲିରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କୁରାଢୀରେ ହାଣି ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା 21ଫେବୃଆରୀରେ । ଅଭିଯୁକ୍ତ ଜଣକ ହେଉଛନ୍ତି କାଞ୍ଚନ ଗୁଜ୍ଜର ଯିଏ କି ରବିନ୍ଦ୍ର ଗୁଜ୍ଜରଙ୍କର ପଞ୍ଚମ ସ୍ତ୍ରୀ ।

ମିଳିଥିବା ଖବର ଅନୁଯାୟୀ 21ତାରିଖ ଦିନ କାଞ୍ଚନ ଗୁଜ୍ଜର ଥାନାରେ ତାଙ୍କ ସ୍ୱାମୀଙ୍କୁ କେହି ଜଣେ  ହତ୍ୟା କରିବାର ଅଭିଯୋଗ କରିଥିଲେ । ପୋଲିସ ସେହିଦିନ ରବିନ୍ଦ୍ର ଗୁଜ୍ଜରଙ୍କ ମୃତଦେହ ଠାବ କରିଥିଲା । ପୋଲିସର ସନ୍ଦେହ ମୁତାବକ ପ୍ରଥମେ ସେ ରବିନ୍ଦ୍ରର ସମସ୍ତ ବନ୍ଧୁ ବାନ୍ଧବଙ୍କୁ ସନ୍ଦେହ ଘେରକୁ ନେଇଥଲା ଯେଉଁଥିରେ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ ପୋଲିସ କଡା ନଜରରେ। ପୁଲିସର ଜେରା ବେଳେ କାଞ୍ଚନ ତାଙ୍କ ଦୋଷ ମାନିଥିଲେ ।

ତାଙ୍କ କହିବା ଅନୁଯାୟୀ ରବିନ୍ଦ୍ର ଜଣେ ନିଶାଡି ଥିଲେ। ପ୍ରତିଦିନ ନିଶା କରି ତାଙ୍କୁ ମାଡ ମାରନ୍ତି । ଘଟଣା ଦିନ କାଞ୍ଚନ ସ୍ୱାମୀଙ୍କ ଖାଦ୍ୟରେ 20ଟି ନିଶା ବଟିକା ମିଶାଇ ଦେଇଥିଲେ ଓ ସେ ବେହୋସ ହୋଇପଡିବା ପରେ କୁରାଢୀରେ ତାଙ୍କୁ ବାରମ୍ୱାର ହାଣିଥିଲେ । କାଞ୍ଚନଙ୍କ ରାଗ ଏମିତି ଥିଲା କି, ରବିନ୍ଦ୍ରଙ୍କ ଯୌନାଙ୍ଗ ମଧ୍ୟ କାଟିଦେଇଥିଲେ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଶରୀରକୁ ପୋଷାକରେ ଗୁଡାଇ ରାସ୍ତାକଡରେ ଫିଙ୍ଗି ଦେଇଥିଲେ।   ସ୍ୱାମୀଙ୍କ ଚପଲକୁ ମଧ୍ୟ ପୋଡି ଦେଇଥିଲେ । ପୋଲିସ ପ୍ରମାଣ ପାଇବା ପରେ କାଞ୍ଚନକୁ ଗିରଫ କରି  ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *