ଯୌତୁକ ପାଇଁ ନବବଧୂ ହତ୍ୟା !

ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ। ଏମିତି ଘଟଣା ଘଟିଛି ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ସତଘରିଆ ଗାଁରେ । ସୋମବାର ଅପରାହ୍ନରେ ନିଜ ଶୋଇବା ଘରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କଲା ନବବଧୂ। ଶଶୁର ଘର ଲୋକେ ଯୌତୁକ ପାଇଁ ମାରିଦେଇଥିବା ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ଘଟଣାସ୍ଥଳରେ ରାଜକନିକା ପୁଲିସ ପହଞ୍ଚି ଶବକୁ ଜବତ କରି ମହେଶ୍ୱରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ସୂଚନା ମୁତାବକ, ଗତ ୨୦୨୪ ଜୁଲାଇ ମାସ ୧୨ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ବାଲି ପାଟଣା ଗାଁ ର ପ୍ରହଲ୍ଲାଦ ବେହେରାଙ୍କ ଝିଅ ସୋନାଲି ବେହେରାର ରାଜକନିକା ଥାନା ଅନ୍ତର୍ଗତ ସାତଘରିଆ ଗାଁରେ ପିତାମ୍ବର ନାଥଙ୍କ ପୁଅ ମହେଶ୍ୱର ନାଥଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ହେଲେ ମାସେ ପରେ ଝିଅକୁ ଯୌତୁକ ପାଇଁ ବାରମ୍ବାର ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ବେଳେ ଝିଅର ବାପା ଯୌତୁକ ଟଙ୍କା ନ ଦେଇପାରିବାରୁ ଶାଶୂଘରର ନିର୍ଯାତନା ସହି ନ ପାରି ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ଆମେ କେବେ ଯୌତୁକ ଦାବୀ କରିନାହୁଁ ବୋଲି କହିଛନ୍ତି ଶ୍ୱଶୁର ଘର ଲୋକେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *