ଆମେରିକାର ବଡ଼ ଧରଣର ଆକ୍ରମଣ । ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଅଧିକୃତ ରାଜଧାନୀ ଉପରେ ଶନିବାର ଏକ ବଡ଼ ଧରଣର ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ହୁତି ବିଦ୍ରୋହୀମାନେ ଇସ୍ରାଏଲର ବାଣିଜ୍ୟିକ କେନ୍ଦ୍ର ତେଲ ଅଭିଭ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ । ଯେଉଁଥିରେ ୧୬ ଜଣ ଆହତ ହୋଇଥିଲେ। ଏକ ବିବୃତି ଜାରି କରି ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛନ୍ତି ଯେ, ଏହି ଆକ୍ରମଣରେ ସେମାନେ ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ର ଏବଂ କମାଣ୍ଡ ତଥା କଣ୍ଟ୍ରୋଲ ସୁବିଧାକୁ ଟାର୍ଗେଟ କରିଛନ୍ତି।
ଏହା ବ୍ୟତୀତ ଆମେରିକାର ସୈନ୍ୟବାହିନୀ ଲୋହିତ ସାଗର ଉପରେ ଅନେକ ହୁତି ଡ୍ରୋନ୍ ଏବଂ ଜାହାଜ ବିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛନ୍ତି। ନିକ୍ଷେପ କରିଥିଲେ। ଏହାପୂର୍ବରୁ ହୁତି ବିଦ୍ରୋହୀଙ୍କ ଅଲ-ମାସିରା ଟିଭି ଚ୍ୟାନେଲ ରିପୋର୍ଟ କରିଛି, ଏହି ଆକ୍ରମଣ ସାନାର ଅତାନ ଜିଲ୍ଲାରେ ହୋଇଛି ଏବଂ ଏଥିପାଇଁ ପାଶ୍ଚାତ୍ୟ ବାହିନୀକୁ ଦାୟୀ କରାଯାଇଛି। ଆମେରିକା ଏବଂ ବ୍ରିଟିଶ ସୈନ୍ୟମାନେ ଚଳିତ ବର୍ଷ ବହୁଥର ୟେମେନରେ ହୁତି ବିଦ୍ରୋହୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି, ବିଶେଷ କରି ଲୋହିତ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ପରେ ଏହା ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଇସ୍ରାଏଲ ଉପରେ ଶନିବାର ହୋଇଥିବା ଆକ୍ରମଣ ପାଇଁ ହୁତି ବିଦ୍ରୋହୀମାନେ ନିଜକୁ ଦାୟୀ ବୋଲି କହିଛନ୍ତି। ସେମାନେ ଏକ ଇସ୍ରାଏଲ୍ ସାମରିକ ବେସ୍କୁ ଟାର୍ଗେଟ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now