ଘରୁ ଡାକିନେଇ ଯୁବକଙ୍କୁ ପିଟି ପିଟି ହତ୍ୟା

Spread the love

ଢେଙ୍କାନାଳ: ଘରୁ ଡାକିନେଇ ଯୁବକଙ୍କୁ ପିଟି ପିଟି ହତ୍ୟା, ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଗୁରୁତର । ଢେଙ୍କାନାଳ ସଦର ଥାନା ଡେଙ୍ଗବୋରେଇ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ହତ୍ୟାକାଣ୍ଡ । ମୃତକ ସେହି ଗ୍ରାମର ଅକ୍ଷୟ ପଣ୍ଡା ହୋଇଥିବା ବେଳେ ଆହତ ଯୁବକ ଜଣକ ହେଲେ ଲିଟୁନ ନାୟକ।

ଚୋରି ଘଟଣାକୁ କେନ୍ଦ୍ର କରି ଉଭୟ ବ୍ୟକ୍ତିଙ୍କୁ ଘରୁ ଉଠାଇ ନେଇ ଏକ ପଥର ଖାଦାନରେ ମାରିଥିଲେ ନିର୍ଧୁମ ମାଡ଼। ହତ୍ୟାକାଣ୍ଡରେ ଅଭିଯୁକ୍ତ ଡେଙ୍ଗବୋରେଇ ଗ୍ରାମର ଜଣକୁ ଗିରଫ କରିଛି ସଦର ଥାନା ପୁଲିସ । ଘଟଣାକୁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *