ଯୁବକଙ୍କୁ ଗୁଳିମାଡ ଘଟଣା,ସାଇଂଟିଫିକ ଟିମ ଛାନଭିନ , ବାଇକ , ଖୋକା ଜବତ,ମୁଖ୍ୟ ଅଭିଯୁକ୍ତ ଅଟକ ।

Spread the love

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ରାତିରେ ସେକ ନସିମ ବବୁଲକୁ ଗୁଳିମାଡ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧିନ ଅଛନ୍ତି । ମଙ୍ଗଳବାର ବବୁଲଙ୍କ ସ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାର କରି ପୋଲିସ ଦଫା ୩୦୭ / ୨୯୪ / ୧୨୦ ବିଆଇପିସି / ୨୫ / ୨୭ ଆରମ୍ଭ ଆକ୍ରରେ ୩୦୩ / ୨୩ରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି । ଘଟଣା ସ୍ଥଳରୁ ପୋଲିସ ଡୋମିନାର – ଡି – ୪୦୦ – ବାଇକ ( ଓଡି-ଠ୨ – ଏଏଚ – ୩୨୫୩ ) , ଖୋକା ପୋଲିସ ଜବତ କରିଛି । ମଙ୍ଗଳବାର ମଧ୍ୟାହ୍ନରେ ସାଇଂଟିଫିକ ଟିମ ସହ ପୋଲିସ ପହଂଚିତ ଛାନଭିନ କରିଛି । ଅଭିଯୋଗରେ ଦର୍ଶାଯାଇଛି ଯେ , ସୋମବାର ରାତି ସାଢେ ୮ଟା ସମୟରେ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନଂ – ୧ ନିକଟରେ ମୋ ସ୍ୱାମୀ ସେକ ନସିମ ଓରଫ ବବୁଲ ୪ଜଣ ସାଙ୍ଗ ସୂର୍ଯ୍ୟ ନାରାୟଣ ମହାନ୍ତି , ତାରିଣୀ ପ୍ରସାଦ ମହାନ୍ତି , ଆଶିଷ ପଟ୍ଟନାୟକ , ରୋସନ ମହାରଣା ଏବଂ ମେହୋଜ ଖାଁଙ୍କ ସହ ବସି କଥାବାର୍ତା ହେଉଥିଲେ । ଏହି ସମୟରେ ଭାଲିଆବାଡି ଗ୍ରାମର ସତ୍ୟ ନାରାୟଣ ପ୍ରଧାନ ଓରଫ ରାଣା ବାଇକରେ ଆସି ପହଂଚି ହଠାତ୍ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଗାଳିଗୁଳଜ କରିଥିଲେ । ପରେ ପ୍ୟାଣ୍ଟ ପକେଟରୁ ବନ୍ଧୁକ ବାହାର କରି ମାରିବାକୁ ଧମକ ଦେବା ସମୟରେ ବବୁଲ ତାଙ୍କୁ ବିରୋଧ କରିଥିଲେ । ଏଥିରେ ରାଣା ଉତକ୍ଷିପ୍ତ ହୋଇ ମୋ ସ୍ୱାମୀଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ସେଥିରୁ ଗୋଟିଏ ଫୁଟିନଥୁବା ବେଳେ ଅନ୍ୟ ଗୁଳି ବବୁଲଙ୍କ ଦକ୍ଷିଣ ପାର୍ଶ୍ୱ ଛାତିରେ ବାଜିଥିଲା । ବବୁଲ ସେଠାରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ ।ଫଳରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଙ୍ଗ ମାନେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ । ଖବରପାଇ ମୁଁ ମେଡିକାଲରେ ପହଂଚିବା ପରେ ତାଙ୍କ ଠାରୁ ସମ୍ପର୍ଣ୍ଣ ଖବର ଜାଣିବାକୁ ପାଇଥିଲି । ବିନା ଲାଇସେନ୍ ପ୍ରାପ୍ତ ବନ୍ଧୁକ ବ୍ୟବହାର କରି ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବନ୍ଧୁକ ଚଳାଇ ହତ୍ୟା ଷଢଯନ୍ତ୍ର କରାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *